ଶରୀର ନେଇ ଯାଇଥିଲେ ପରିବାର ଲୋକ, ହସ୍ପିଟାଲ୍‌ରେ ରହି ଯାଇଥିଲା ଆତ୍ମା! ଆତ୍ମାକୁ ନବା ପାଇଁ ହସ୍ପିଟାଲ୍‌ରେ ଚାଲିଲା ତନ୍ତ୍ରପୂଜା

ଜୟପୁର: ରାଜସ୍ଥାନର ଅଜମେରର ଜେଏଲଏନ୍‌ ହସ୍ପିଟାଲ୍‌ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ହସ୍ପିଟାଲ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଏକ ସଡ଼କ ଦୁର୍ଘଟଣା ପରେ ଏହି ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ ବଚିଂପାରିଲେ ନାହିଁ। ମୃତ୍ୟୁର କିଛି ଦିନ ପରେ ଗ୍ରାମବାସୀଙ୍କ ସହ ତାଙ୍କ ଘରଲୋକ ମୃତକଙ୍କ ଆତ୍ମା ନେବାକୁ ହସ୍ପିଟାଲ୍‌ ପହଂଚିଥିଲେ। ମୃତକଙ୍କ ପରିବାର ତାନ୍ତ୍ରିକଙ୍କ ସହ ମିଶି ହସ୍ପିଟାଲ୍‌ ରେ ପୂଜା କରିଥିଲେ। ଘଟଣାଟି ହେଉଛି ଶନିବାରର। ପରିବାର ଲୋକଙ୍କ କହିବାନୁସାରେ ସେମାନେ ପୁଅର ଆତ୍ମାକୁ ନେବାକୁ ହସ୍ପିଟାଲ୍‌ ଆସିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବରୋଡା ଗ୍ରାମର କିଛି ଲୋକ ମିଶି ହସ୍ପିଟାଲ୍‌ ପୁରୁଷ ୱାର୍ଡରେ ହୋମ ମଧ୍ୟ କରିଥିଲେ। ଏହି ସମୟରେ ୱାର୍ଡ ବଏ କିମ୍ବା କୌଣସି ସିକ୍ୟୁରିଟି ମଧ୍ୟ ତାଙ୍କୁ ରୋକି ନଥିଲେ। ଅନ୍ୟ ରୋଗୀ ମଧ୍ୟ ଏହି ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ଆଗକୁ ଆସିନଥିଲେ।  ଜଣେ ସଂପର୍କୀୟଙ୍କ କହିବାନୁସାରେ , ଅନ୍ତିମ ସଂସ୍କାର ପାଇଁ ଶବକୁୁ ପୂର୍ବରୁ ନିଆଯାଇଥିବା ବେଳେ ଆତ୍ମା ଡାକ୍ତରଖାନାରେ ହିଁ ରହିଯାଇଥିଲା। ଏବେ ଆମେ ଆତ୍ମାକୁ ନେବାକୁ ଆସିଛୁ। ଆତ୍ମାକୁ ଘରର ଏକ କୋଣରେ ରଖିବୁ। ୱାର୍ଡ ବଏଙ୍କୁ ଏନେଇ ପଚରାଯିବାରୁ ସେ କହିଥିଲେ ଅଧିକାଂଶ ଲୋକ ଏଭଳି ଭ୍ରାନ୍ତ କଥା ଉପରେ ବିଶ୍ୱାସ ନ କରୁଥିଲେ ମଧ୍ୟ କଳାଯାଦୁ ଏବଂ ତାନ୍ତ୍ରିକଙ୍କୁ ଡରିଥାନ୍ତି। ତେଣୁ ଏଭଳି କିଛି ହେଉଥିବା ବେଳେ ସେମାନେ ଚୁପ୍‌ ରହିବାକୁ ଅଧିକ ପସନ୍ଦ କରନ୍ତି। ଡାକ୍ତରଖାନାର ଡାକ୍ତର ମଧ୍ୟ ଏହି ସମୟରେ କୌଣସି ପ୍ରକାର ହସ୍ତକ୍ଷେପ କରିନଥିଲେ।

ସମ୍ବନ୍ଧିତ ଖବର