ପୂର୍ବଜନ୍ମର ପତ୍ନୀ କହି ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା ତାନ୍ତ୍ରିକ

ଥାନେ: ମହାରାଷ୍ଟ୍ରର ଥାନେରେ ଏକ ଅଭାବନୀୟ ଘଟଣା ଘଟିଛି। ସାଇଲାଲ ଜେଢିୟା ନାମକ ତାନ୍ତ୍ରିକ ଜଣେ ମହିଳାଙ୍କୁ ତାଙ୍କ ପୂର୍ବ ଜନ୍ମର ପତ୍ନୀ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ତାନ୍ତ୍ରିକଜଣକ ମନ୍ତ୍ରତନ୍ତ୍ର ଦ୍ୱାରା କର୍କଟ ରୋଗ ଭଲ କରନ୍ତି ବୋଲି କହି ଅନେକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।  ପୀଡିତା  ତାନ୍ତ୍ରିକଙ୍କ ବିରୋଧରେ ମହାରାଷ୍ଟ୍ରର ଥାନେରେ ମାମଲା ରୁଜୁ କରିବା ପରେ ସେ କେଉଁଆଡେ ଫେରାର ହୋଇଯାଇଛି। ପୁଲିସ ଦୁଷ୍କର୍ମକାରୀ ତାନ୍ତ୍ରିକଙ୍କୁ ଗିରଫ କରିବା ପାଇଁ ଅନୁସନ୍ଧାନ ଚଳାଇଛି।

ସୂଚନାଯୋଗ୍ୟ, ଏକ କମ୍ପାନିର ଉଚ୍ଚପଦରେ ଥିବା ଜଣେ ମହିଳାଙ୍କ କର୍ମଚାରୀଙ୍କ ପିତା କର୍କଟ ରୋଗରେ ପୀଡିତ ଥିଲେ। କେଉଁଠାରେ ଭଲ କର୍କଟ ଚିକିତ୍ସକ ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ୨୦୧୫ରେ ସୋସିଆଲ ମଡିଆ ସାହାଯ୍ୟ ନେଇଥିଲେ। ସୋସିଆଲ ମିଡିଆ ଜରିଆରେ ମହିଳାଙ୍କ ସାଇଲାଲ ଜେଢିୟା ସହିତ  ପରିଚୟ ହୋଇଥିଲା। ସାଇଲାଲ ଜେଢିୟା ମହିଳାଙ୍କୁ କହିଥିଲେ, ସେ ସାଇବାବାଙ୍କ ଅବତାର ତାଙ୍କ ପାଖରେ ଅଲୌଖିକ ଶକ୍ତିର ରହିଛି, ସେ କର୍କଟ ରୋଗ ଭଲ କରିପାରିବେ।

ପୀଡିତାଙ୍କ ଅଭିଯୋଗନୁସାରେ, ଜେଢିଆ ତାଙ୍କଠାରୁ ୩ଲକ୍ଷ ଟଙ୍କା ନେଇ ତାଙ୍କୁ ତାଙ୍କର ପୂର୍ବଜନ୍ମରେ ପତ୍ନୀ କହି ଦୁଷ୍କର୍ମ କରିଥିଲା। କେବଳ ସେତିକି ନୁହେଁ, ଦୁଷ୍କର୍ମ ସମୟରେ ଭିଡିଓ ବି ପ୍ରସ୍ତୁତ କରି ବ୍ଲାକ୍‌ମେଲ କରୁଥିବା ମହିଳା ଅଭିଯୋଗ କରିଥିଲେ। ଜେଢ଼ିଆ ଅାସମର ବାସିନ୍ଦା। ପୀଡିତାଙ୍କ ବାପାଙ୍କୁ ଭଲ କରିଦେବ କହି ତାଙ୍କୁ ଅାସମ,ଦିଲ୍ଲୀ ଏମିତି ଅନେକ ଅନେକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା।

ପୁଲିସ ଜେଢିଆଙ୍କୁ .ଖୋଜିବା ଜାରି ରଖିଛି।  ତାନ୍ତ୍ରିକ ଜେଢିଆ ବହୁ ଶକ୍ତିଶାଳୀ, ନେତାସ୍ତର ପର୍ଯ୍ୟନ୍ତ ତାର ହାତ ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ୯ ତାରିଖରେ ଅଦାଲତ ଏହି ମାମଲାର ଶୁଣାଣି କରିବ।

ସମ୍ବନ୍ଧିତ ଖବର