ତନ୍ତ୍ର ପୂଜା ଆଳରେ ନିସନ୍ତାନ ବିିବାହିତା ଯୁବତୀଙ୍କୁ ଦୁଷ୍କର୍ମ କଲା ଭଣ୍ଡ ତାନ୍ତ୍ରିକ

ରାଜକୋଟ: ବିଜ୍ଞାନର ଏତେ ଅଗ୍ରଗତି ପରେ ମଧ୍ୟ ଆମେ ଅନ୍ଧବିଶ୍ୱାସର କବଳରୁ ମୁକୁଳି ପାରି ନାହାଁନ୍ତି। ଏହାର ଫାଇଦା ନେଉଛନ୍ତି ଗୁଣିଗାରେଡି ପରି ଅନ୍ଧବିଶ୍ୱାସର ସ୍ତାବକ ବୋଲାଉଥିବା ତାନ୍ତ୍ରିକମାନେ। ନିକଟରୋ ଗୁଜୁରାଟର ଗିର ସୋମନାଥ ଜିଲ୍ଲାରେ ଜଣେ ତାନ୍ତ୍ରିକ ଜଣେ ୨୨ ବର୍ଷୀୟା ନିସନ୍ତାନ ବିିବାହିତା ଯୁବତୀଙ୍କୁ ସନ୍ତାନସମ୍ଭବା କରିବା ପାଇଁ ତନ୍ତ୍ରବିଦ୍ୟାର ଅନୁଷ୍ଠାନ ନାମରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବାର ୪ ଘଣ୍ଟା ଭିତରେ ଭଣ୍ଡ ତାନ୍ତ୍ରିକ ଜଣଙ୍କୁ ଗିରଫ କରାଯାଇଛି।
ଗୁଜରାଟର ଗିର ସୋମନାଥ ଜିଲ୍ଲାର ତଳଲା ଥାନା ଅନ୍ତର୍ଗତ ବୋର୍ଭାଭ ଗାଁ। ଏହି ଗାଁର ଜଣେ ୨୨ ବର୍ଷୀୟା ଯୁବତୀ ଗତ ଶନିବାର ଦିନ ଥାନା ଅଭିଯୋଗ କରିଥିଲେ ଯେ ତାଙ୍କର ବିବାହ ୨/୩ ବର୍ଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନସନ୍ତତି ଜନ୍ମ ହୋଇ ନାହାଁନ୍ତି। ତେବେ ଏ ନେଇ ଯୁବତୀ ଜଣକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ବଦଳରେ ଗାଁ ଲୋକଙ୍କ ପରାମର୍ଶ କ୍ରମେ ପୁରୁଷୋତ୍ତମ ଦୋବାଡିଆ ଓରଫ ଦାସବାପୁ(୩୩) ନାମକ ଜଣେ ତାନ୍ତ୍ରିକଙ୍କୁ ଭେଟିଥିଲେ। ପୁରୁଷୋତ୍ତମଙ୍କ ଜରିଆରେ ତନ୍ତ୍ରମନ୍ତ୍ରୀ ଅନୁଷ୍ଠାନ କରିବା ଦ୍ୱାରା ସେ ଗର୍ଭବତୀ ହେବା ସହିତ ସନ୍ତାନର ଜନନୀ ହୋଇ ପାରିବେ ବୋଲି ତାଙ୍କୁ କେତେକ ଲୋକ କହିଥିଲେ। ତେବେ ତନ୍ତ୍ର ପୂଜା ଆଳରେ ତାନ୍ତ୍ରିକ ପୁରୁଷୋତ୍ତମ ତାଙ୍କୁ ପ୍ରଥମେ ଥରେ ଦୁଷ୍କର୍ମ କରିଥିେଲେ। ଏହା ତନ୍ତ୍ର ପୂଜାର ବିଧି ବୋଲି ଯୁବତୀଙ୍କୁ ଭଣ୍ଡ ତାନ୍ତ୍ରିକ ପୁରୁଷୋତ୍ତମ ବୁଝାଇ ଦେଇଥିଲେ। ତେବେ ପୁନର୍ବାର ଗତ ଶୁକ୍ରାବାର ତାନ୍ତ୍ରିକ ପୁରୁଷୋତ୍ତମ ତନ୍ତ୍ରପୂଜା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ଯୁବତୀ ଜଣକ ତାଙ୍କ ଶାଶୁଙ୍କୁ ଜଣାଇଥିଲେ। ପରେ ଯୁବତୀ ଜଣକ ପରିବାର ଲାକଙ୍କ ପରାମର୍ଶ କ୍ରମେ ତଲଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଅଭିଯୁକ୍ତ ଭଣ୍ଡ ତାନ୍ତ୍ରିକ ପୁରୁଷୋତ୍ତମଙ୍କୁ ଗିରଫ କରାଯାଇଛି ବୋଲଇ ତଲଳା ଥାନା ସବ୍‌ ଇନସ୍‌ପେକ୍ଟର ଏପି ସୋଲାଙ୍କିି କହିଛନ୍ତି।

ସମ୍ବନ୍ଧିତ ଖବର