୧୬ବର୍ଷୀୟା ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିବାରୁ ଶିକ୍ଷକତା ଉପରେ ଲାଗିଲା ୧୦ବର୍ଷର ପ୍ରତିବନ୍ଧକ

ନୂଆଦିଲ୍ଲୀ : ବିବାହିତ ହୋଇ ୧୬ବର୍ଷୀୟା ଛାତ୍ରୀ ସହ ଶାରୀରିକ ସଂପର୍କ ରଖିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ତାଙ୍କର ଏଭଳି ଭୁଲ ପାଇଁ ତାଙ୍କ ଉପରେ ୧୦ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଘଟଣାଟି ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଘଟିଥିବା ବେଳେ ଅଭିଯୁକ୍ତ ଶିକ୍ଷକ ସ୍କୁଲ ଓ ଛାତ୍ରୀଙ୍କ ଘରେ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ବୋଲି ଜଣା ପଡ଼ିଛି । ଯାହା ପାଇଁ ମାମଲାର ଶୁଣାଣି କରାଯାଇ ଏବେ ତାଙ୍କ ଶିକ୍ଷକତା ଉପରେ ୧୦ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି ।

16 साल की छात्रा से टीचर ने बनाए शारीरिक संबंध, लगा 10 साल का बैन
aajtak.intoday.in

ସୂଚନା ମୁତାବକ, ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ । ଯାହା ପରେ ପରେ ଅନ୍ୟ ଛାତ୍ରୀଙ୍କ ସହ ଅଭିଯୁକ୍ତ କରିଥିବା ଅସଦାଚରଣର ଅଭିଯୋଗ ସାମ୍ନାକୁ ଆସିଥିଲା । ୨୦୧୧ରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବିତ କରି ଦିଆଯାଇଥିଲା । ଅଦାଲତରେ ମାମଲାର ଶୁଣାଣି ହେବା ପରେ ଏବେ ତାଙ୍କ ଉପରେ ୧୦ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । କାରଣ ସେ ସ୍କୁଲ ଭଳି ସ୍ଥାନରେ ଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିଥିଲେ । ଯାହାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହି ୧୦ବର୍ଷ ପର୍ଯ୍ୟନ୍ତ ସେ କୌଣସି ସ୍କୁଲରେ ପଢ଼ାଇ ପାରିବେ ନାହିଁ ବୋଲି ଅଦାଲତ ରାୟ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର