ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆ ସହରର ତତମା ଟୋଲାସ୍ଥିତ ଏକ ଘରୋଇ ସ୍କୁଲର ଶିକ୍ଷକଙ୍କୁ ଛାତ୍ରୀମାନଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବା ମହଙ୍ଗା ପଡ଼ିଛି। ପୁଲିସ ଏହି ଘଟଣାରେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମ ବରୁଣ ଠାକୁର ନାମରେ ହୋଇଛି। 

Advertisment

ସୂଚନାଯୋଗ୍ୟ, ଶିକ୍ଷଣ ବରୁଣ ଠାକୁର ତତମା ଟୋଲାରେ ରହି ଶିକ୍ଷକତା କରୁଥିଲେ। ଗତ ମଙ୍ଗଳବାର ଜଣେ ସପ୍ତମଶ୍ରେଣୀର ଛାତ୍ରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ଶିକ୍ଷକ ବରୁଣ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରନ୍ତି। ସେ ପ୍ରାୟତଃ କଥା ହେବା ପାଇଁ ଘରର ମୋବାଇଲ ନମ୍ବର ମାଗିଥାଆନ୍ତି। ଯେଉଁମାନେ ମୋବାଇଲ ନମ୍ବର ଦିଅନ୍ତି ଶିକ୍ଷକ ସେମାନଙ୍କ ସହ ଭଲରେ କଥା ହୋଇଥାଆନ୍ତି। ଅନ୍ୟମାନଙ୍କୁ ଅସଭ୍ୟ ଭାଷାରେ ଗାଳି କରନ୍ତି।

ଛାତ୍ରୀମାନଙ୍କୁ କୁହନ୍ତି ଚୁମ୍ବନ ଦେଲେ ଭଲ ନମ୍ବର ଦେବେ। ଶିକ୍ଷକଙ୍କ ଏଭଳି ବ୍ୟବହାର ପାଇଁ ଅନେକ ଛାତ୍ରୀଭୟରେ ସ୍କୁଲ ଆସିବା ବନ୍ଦ କରି ଦେଇଛନ୍ତି।’

ଛାତ୍ରୀଙ୍କ ଅଭିଯୋଗକୁ କେନ୍ଦ୍ରକରି ମରଙ୍ଗା ଥାନା ଅଧିକାରୀ ସୂଚନା ଦେଇ କହିଛନ୍ତି, ‘ଘଟଣାର ତଦନ୍ତ ଜାରି ରହିଛି। ଛାତ୍ରୀଙ୍କ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ପରେ  ଶିକ୍ଷକ ବରୁଣ ଠାକୁରଙ୍କୁ ଅଟକ ରଖି ପଚରାଉଚରା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି।’