ନାବାଳିକାଙ୍କୁ ଦୁଷ୍କର୍ମ; ଶିକ୍ଷକ ଗିରଫ

ହେମଗିର : ଗୁରୁ ଶିଷ୍ୟା ପବିତ୍ର ସମ୍ପର୍କରେ କଳଙ୍କ। ଜଣେ ନାବାଳିକା ଛାତ୍ରୀଙ୍କୁ ମିଥ୍ୟା ପ୍ରେମଜାଲରେ ଫସାଇ ଦୀର୍ଘ ତିନି ବର୍ଷଧରି ଶାରୀରିକ ସମ୍ପର୍କ ରଖି ପରେ ବାହା ହେବାକୁ ମନା କରିବାରୁ ପୀଡ଼ିତାଙ୍କ ଏତଲା ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଶିକ୍ଷକ। ଗିରଫ ଅଭିଯୁକ୍ତ ଶିକ୍ଷକ ହେଲେ ଭଷ୍ମା ଥାନା ଜର୍ଡା ଗାଁର ଚୁମ୍ବନ ନାଏକ (୨୯)। ସେ ହେମଗିର ଥାନା କୁଚେଡେଗା ହାଇସ୍କୁଲରେ ଠିକା ଶିକ୍ଷକ ଭାବେ ନିଯୁକ୍ତ ଥିଲେ।

ପୀଡ଼ିତାଙ୍କ ଏତଲା ଅନୁସାରେ, ସେ କୁଚେଡେଗା ହାଇସ୍କୁଲ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଅଭିଯୁକ୍ତ ଶିକ୍ଷକ ମଧ୍ୟ ସେହି ହଷ୍ଟେଲରେ ରହୁଥିଲେ। ସେହି ସମୟରୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଶିକ୍ଷକ ପୀଡ଼ିତାଙ୍କ ସହ ତିନି ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଆସୁଥିଲେ। ପରେ ବିବାହ ପାଇଁ ରୋକଠାକ ମନା କରିବାରୁ ପୀଡ଼ିତା ଥାନାରେ ଲିଖିତ ଏତଲା ଦେଇଥିଲେ। ଏନେଇ ପୁଲିସ ପକ୍ଷରୁ ଦୁଷ୍କର୍ମ, ଏସ୍‌ଟିଏସି ଓ ପୋକ୍‌ସୋ ଆକ୍ଟ୍‌ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ଚୁମ୍ବନ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର

Comments are closed.