ଶ୍ରେଣୀଗୃହ ଭିତରେ ଛାତ୍ର ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ଧରାପଡ଼ିଲେ ଶିକ୍ଷୟିତ୍ରୀ

ମସ୍କୋ: ଋଷର ପିଟର୍ସବର୍ଗ ସହରରେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଜଣେ ଛାତ୍ର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀଙ୍କ ନାମରେ ମାମଲା ରୁଜୁ ହେବା ସହିତ ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ସୂଚନାଯୋଗ୍ୟ, ସମିଟ ଏକାଡେମି ନାମକ ସ୍କୁଲରେ ପାଠ ପଢ଼ାଇବା ପାଇଁ ଶିକ୍ଷୟିତ୍ରୀ ଜାର୍ଡନ ଅଡିଶଙ୍କୁ ଜୁନ୍‌ରେ ନିଯୁକ୍ତି ମିଳିଥିଲା। ତେବେ ଏହି ଘଟଣା ପୂର୍ବରୁ ଛାତ୍ରମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ସ୍କୁଲ ଅଧିକାରୀମାନେ ଆଡିଶଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ।

ଯାଞ୍ଚ ଅଧିକାରୀଙ୍କୁ ପୀଡ଼ିତଙ୍କ କଠୋରିରୁ ଏକ ସେଲଫୋନ୍‌ ମିଳିଛି ଯାହାକୁ ଜବତ କରାଯାଇଛି। ଏଥିରେ ପୀଡିତ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମେସେଜ୍ ଆଦାନପ୍ରଦାନ ହୋଇଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀ ଛାତ୍ରଙ୍କ ସହିତ କ୍ଲାସରୁମ୍‌ ଭିତରେ ଶାରୀରିକ ସମ୍ବନ୍ଧ ରଖିଥିଲେ। ଏହି ଘଟଣା ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଶିକ୍ଷୟିତ୍ରୀଙ୍କ ଆଇନଜୀବୀଙ୍କ ଠାରୁ କୌଣସି ମତାମତ ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ଆମେରିକା ସଲେବରି ସହରରେ ୧୬ବର୍ଷିଅ ଛାତ୍ର ସହିତ ଜଣେ ଶିକ୍ଷୟିତ୍ରୀ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲା ପରେ ପୁଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲା।

 

ସମ୍ବନ୍ଧିତ ଖବର