ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିରଟର ଏକ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କୃଷ୍ଣପୁରୀ ଅଞ୍ଚଳର ଏକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ କ୍ଲାସ ସମୟରେ ଚେୟାରରେ ବସି ନିଘୋଡ଼ ନିଦ୍ରାରେ ଶୋଇଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଜଣେ ଛାତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା।
#मेरठ:- मेरठ के जूनियर हाई स्कूल कृष्णपुरी की एक महिला शिक्षिका का क्लासरूम में सोते हुए वीडियो सोशल मीडिया पर तेजी से #वायरल हो रहा है। वीडियो में शिक्षिका बच्चों की मौजूदगी में गहरी नींद में सोती हुई दिखाई दे रही हैं, जिससे शिक्षा व्यवस्था की गंभीर लापरवाही उजागर हुई है। वीडियो… pic.twitter.com/KeprZa5qVd
— UttarPradesh.ORG News (@WeUttarPradesh) April 9, 2025
ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ଅଧିକାରୀ ଆଶା ଚୌଧୁରୀ ଏକ ବୟାନ ଦେଇ କହିଛନ୍ତି,‘ ସମଗ୍ର ଘଟଣାର ତଦନ୍ତ କରାଯାଉଛି। । ତଦନ୍ତ ପରେ ବାସ୍ତବ ଘଟଣା କ’ଣ ତାହା ସାମ୍ନାକୁ ଆସିବ। ତା’ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।