କେବିନ୍‌ ଭିତରକୁ ନେଇ ଛାତ୍ରୀମାନଙ୍କୁ ପର୍ଣ୍ଣ ଦେଖାଉଥିଲା ଶିକ୍ଷକ, ମାମଲା ରୁଜ୍ଜୁ

ଔରଙ୍ଗାବାଦ୍‌: ଦେଶରେ ଶିଶୁ ଯୌନ ନିର୍ଯାତନା କମିବାର ନାଁ ଧରୁନାହିଁ। ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲ୍ଲାରେ ଜଣେ ଶିକ୍ଷକ ତାଙ୍କର ୩ ଜଣ ଛାତ୍ରୀଙ୍କୁ ନିଜ କେବିନକୁ ନେଇ ପର୍ଣ୍ଣ ମୁଭି ଦେଖାଇବାକୁ ବାଧ୍ୟ କରିବା କାରଣରୁ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୩ ଜଣ ଛାତ୍ରୀଙ୍କ ସହ ଶିକ୍ଷକ ଏପରି କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ହେଉଛି ଜାନୁଆରି ୬ ତାରିଖର। ଘଟଣା ସଂପର୍କରେ ସୂଚନା ମିଳିବା ପରେ ଜଣେ ଛାତ୍ରୀଙ୍କ ଘର ଲୋକ ପୁଲିସ୍‌ର ଦାମିନୀ ସ୍କ୍ବ‌ାଡ୍‌କୁ ଏ ସଂପର୍କରେ ଜଣାଇଛନ୍ତି। ଗତ ସପ୍ତାହରେ ପୁଲିସ୍‌ ସ୍କୁଲ୍‌କୁ ଆସି ପୀଡ଼ିତାମାନଙ୍କ ବୟାନ ସଂଗ୍ରହ ଥିବା ସୂଚନା ରହିଛି।

ଏ ନେଇ ତଦନ୍ତ ଅଧିକାରୀ ଅସଲେଶା ପାଟିଲ୍‌ କହିଛନ୍ତି, ‘ପ୍ରଥମରୁ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ କୌଣସି ମାମଲା ରୁଜୁ ହୋଇ ନାହିଁ। କାରଣ ପ୍ରଥମରୁ ପୀଡ଼ିତାମାନଙ୍କ ପରିବାର ଲୋକ ଏ ନେଇ କୌଣସି ଆଗ୍ରହ ପ୍ରକାଶ କରିନଥିଲେ।’

ଯାହାବି ହେଉ, ଅଭିଯୋଗ ପାଇବା ମାତ୍ରେ ପୁଲିସ୍‌ ପୋକ୍ସୋ ଆକ୍ଟ ଅଧୀନରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରିଛି। ଆହୁରି ବି ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀମାନଙ୍କୁ ପର୍ଣ୍ଣ ଭିଡିଓ ଦେଖାଇବା ସହ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲେ। ମାତ୍ର ନାବାଳିକାମାନେ ସାହସ ଜୁଟେଇ ନିଜ ନିଜର ପରିବାର ଲୋକଙ୍କୁ କହିବା ପରେ ଘଟଣା ସାମ୍ନାକୁ ଆସିଛି। ସ୍କୁଲ୍‌ କର୍ତ୍ତୃପକ୍ଷ ଅଭିଯୁକ୍ତ ଶିକ୍ଷକକୁ ସ୍କୁଲ୍‌ରୁ ବିଦା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର