କାର ଭିତରେ ଛାତ୍ରଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଜଣେ ଶିକ୍ଷୟିତ୍ରୀ ନିଜର ଛାତ୍ରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଓ ଅଶ୍ଳୀଳ ଚାଟ କରିବା ସହିତ ନଗ୍ନ ଫଟୋ ପଠାଇବା ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀ ଅଦାଲତରେ ନିଜ ଦୋଷକୁ ସ୍ୱୀକାର ମଧ୍ୟ କରିଛନ୍ତି।

ପୂର୍ବତନ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଜଣେ ଛାତ୍ର ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଲଞ୍ଚ୍‌ ଟାଇମ୍‌ରେ ଛାତ୍ରକୁ ଡାକି ତା’ ସହିତ ହସ ମଜାକ ବି କରିଥାଆନ୍ତି। କିଛିଦିନ ଏପରି କରିବା ପରେ ଦିନେ ଲଞ୍ଚ ଟାଇମ୍‌ରେ ଛାତ୍ରକୁ ବାହାରକୁ ଡାକି ନେଇ କାରରେ ତା’ର ସହିତ ଶରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ, ଉକ୍ତ ଛାତ୍ରର ଜଣେ ସାଙ୍ଗ ସହିତ ବି ଶିକ୍ଷୟିତ୍ରୀ ଅପ୍ରାକୃତିକ ଯୌନକ୍ରିୟା  କରିଥିଲେ। ଅନେକ ସମୟରେ ମହିଳା ସ୍ନାନ କରିବା ସମୟର ଅଶ୍ଳୀଳ ଫଟୋ ଛାତ୍ର ପାଖକୁ ପଠାଉଥିଲେ। ଦୁଇଛାତ୍ର ନାବାଳକ ଥିବା ବେଳେ ଶିକ୍ଷୟିତ୍ରୀଙ୍କ ବୟସ ୩୦ବର୍ଷ ଥିଲା ବୋଲି ଜଣାପଡ଼ିଛି। ଏହି ମାମଲା ଏବେ ଅଦାଲତରେ ଚାଲିଛି। ଶିକ୍ଷୟିତ୍ରୀ ନିଜ ଦୋଷକୁ ବି ସ୍ୱୀକାର କରି ନେଇଛନ୍ତି। ଏହାପରେ ତାଙ୍କୁ ଦଣ୍ଡ ଶୁଣାଣି ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର