ବେଙ୍ଗାଲୁର: ସୋସିଆଲ୍ ମିିଡିଆରେ ଭାଇରାଲ୍ ହୋଇଛି ଏକ ହୃଦୟଥରା ଭିଡିଓ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ତାଙ୍କ ଛାତ୍ରଙ୍କୁ ପୂରା ଶ୍ରେଣୀର ପିଲାଙ୍କ ସାମ୍ନାରେ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି। ଏହି ଘଟଣାଟି ବେଙ୍ଗାଲୁରର ରାଜାଜିଞ୍ଜର ବାସବେଶ୍ୱର ସ୍କୁଲ୍ର। ତେବେ ପିଲାଟିକୁ ଶିକ୍ଷକ ଏପରି ନୃଶଂସ ଭାବେ କାହିଁକି ପିଟୁଛନ୍ତି ତାହାର କାରଣ ଏଯାବତ୍ ଜଣାପଡ଼ିନାହିଁ।
ଭିଡିଓରେ ଦେଖିିବାକୁ ମିଳିଛି ଯେ ଶିକ୍ଷକ ପ୍ରଥମେ ପିଲାଟିକୁ ବାଡ଼ିରେ ପିଟୁଛନ୍ତି ଓ ପରେ ସେହି ସ୍କୁଲ୍ ବ୍ୟାଗରେ ଗୋଡ଼େଇ ଗୋଡ଼େଇ ବାଡ଼ାଉଛନ୍ତି। ଶ୍ରେଣୀ କକ୍ଷରେ ଉପସ୍ଥିତ ଥିଲା ଅନ୍ୟ ପିଲାମାନେ ଖାଲି ଦେଖିବା ଛଡ଼ା ଆଛ କିଛି କରିପାରୁନାହନ୍ତି।
ତେବେ, ସେହି ଶ୍ରେଣୀ ଭିତରେ ଉପସ୍ଥିିତ ଥିବା ଜଣେ ଛାତ୍ର ସେ ସମୟର ଦୃଶ୍ୟକୁ ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳିଥିବା ଶିକ୍ଷକଙ୍କ ନାମ ହରିଶ। ଏହି ଭିଡିଓଟି ୩ ଦିନ ତଳର ବୋଲି ଜାଣିବାକୁ ମିଳିଛି।
ଏପରି ଘଟଣା ଦେଶରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସହ ନୃଶଂସ ଆଚରଣ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।