ଡେରାଡୁନ: ଉତ୍ତରାଖଣ୍ଡର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ନୈନତାଲରୁ ଆସିଛି ଏକ ଦୁଃଖଦ ଖବର। ଜଣେ ଶିକ୍ଷକଙ୍କ ଦ୍ୱାରା ୯ ବର୍ଷୀୟା ଛାତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି। ବେଶ୍ କିଛିି ଦିନ ଧରି ସ୍କୁଲ୍ରେ ଏକ୍ସଟ୍ରାକ୍ଲାସ କରିବା ଆଳରେ ୫୦ ବର୍ଷିୟ ଶିକ୍ଷକ ଜଣକ ଦୁଇଜଣ ଛାତ୍ରୀଙ୍କୁ ଡକାଇ ସେମାନଙ୍କ ସହ ଅସଦାଚରଣ କରୁଥିଲେ। ମାତ୍ର ଗତକାଲି ଘଟଣା ପ୍ରଘଟ ହେବା ପରେ ପୀଡ଼ିତାଙ୍କ ବାପା-ମା’ ପୁଲିସକୁ ଖବର ଦେଇ ଶିକ୍ଷକଙ୍କୁ ଗିରଫ କରାଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୌଣସି ପଦକ୍ଷେପ ନେଇ ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ନୈନତାଲ୍ ଠାରୁ ୨୦ କିଲୋମିଟର ଦୂରସ୍ଥ ଭୀମତାଲ୍ ଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଶିକ୍ଷକ ରବି ଚୌଧୁରୀ ଗତ କିଛି ମାସ ଧରି ଏକ୍ସଟ୍ରା କ୍ଲାସ ଆଳରେ ଛାତ୍ରୀଙ୍କୁ ଡକାଇ ଅସଦାଚରଣ କରୁଥିଲେ। ମୋବାଇଲ୍ରେ ସେମାନଙ୍କ ଫଟୋ ଉଠାଇ କହିଲେ ସମସ୍ତଙ୍କୁ ଜଣାଇ ଦେବା ଧମକ ଦେଉଥିଲେ। ଭୟରେ ପୀଡିତା ଚୁପ୍ ରହିିଥିଲେ। ତେବେ ଅନ୍ୟ ଦୁଇ ଜଣ ଛାତ୍ରୀ ଏହା ଦେଖି ଅଭିଭାବକଙ୍କୁ ଜଣାଇବାରୁ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୁଲିସ୍ ଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।