ନୂଆଦିଲ୍ଲୀ: ବିହାରର ମୋତିହାରୀ ଜିଲ୍ଲାର ପଚପକଡ଼ି ଓପି ଥାନା ଅଞ୍ଚଳରେ ଜଣେ ନାବାଳିକା ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଶିକ୍ଷକ କେଉଁଆଡେ ଫେରାର ହୋଇଯାଇଛନ୍ତି।

Advertisment

ସୂଚନାଯୋଗ୍ୟ, ମୋତିହାରି ଜିଲ୍ଲାର ପଚପକଡ଼ି ଓପି ଥାନା ଅଞ୍ଚଳସ୍ଥ ଗ୍ରାମର ଶିକ୍ଷକ ଜଣେ ନାବାଳିକା ଛାତ୍ରୀଙ୍କୁ ୫୦୦ଟଙ୍କା ଦେବେ ଓ କିଛି ଭଲ ଖାଦ୍ୟ ଖୁଆଇବେ ବୋଲି କହିଥିଲେ। ଏହାପରେ ଛାତ୍ରୀ ଜଣକ ଶିକ୍ଷକଙ୍କ ଏହି ପ୍ରଲୋଭନର ଶିକାର ହୋଇଯାଇଥିଲେ। ତେଣୁ ଶିକ୍ଷକଙ୍କ ଘରେ ଯାଇ ପହଞ୍ଚି ଯାଇଥିଲେ। ଏହାପରେ ଶିକ୍ଷକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ପୀଡିତାଙ୍କ ଅବସ୍ଥା ଗୁରୁତର ଦେଖି ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଅନେକ ସମୟ ହେବ ଘରକୁ ନଫେରିବା ଦେଖି ଝିଅର ଘରଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଘରପାଖରୁ କିଛିଦୂରରେ ଶିକ୍ଷକଙ୍କ ଘର ଥିବାରୁ ପରିବାରଲୋକ ଭାବିଲେ ହୁଏତ ଝିଅ କିଛି ପାଠବୁଝିବ‌ାକୁ ସେଠାକୁ ଯାଇଛି। କାରଣ ଅନେକ ସମୟରେ ଝିଅ ଯେଉଁ ପାଠ ବୁଝି ପାରେ ନାହିଁ ଶିକ୍ଷକଙ୍କ ପାଖକୁ ଯାଇ ବୁଝି ଆସିଥାଏ।

ପରିବାରଲୋକ ଶିକ୍ଷକଙ୍କ ଘରେ ପହଞ୍ଚିବା ପରେ ସାମ୍ନା ଦ୍ବାର ଖୋଲାଥିବାରୁ ଭିତରେ ପଶିଥିଲେ। ଭିତରେ ପଶିବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ ସ୍ବବ୍ଧ ହୋଇଯାଇଥିଲେ। କାରଣ ସେଠାରେ ତାଙ୍କ ଝିଅ ଅଚେତ ଅବସ୍ଥାରେ ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲା।

ସଙ୍ଗେସଙ୍ଗେ ଝିଅକୁ ସେଠାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଝିଅଙ୍କ ଚିକିତ୍ସା କରି ଦୁଷ୍କର୍ମ ହୋଇଥିବା କହିବା ସହିତ ଏବେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି।

ପୁଲିସ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।