ପୁଣେ: ପୁଣେର ହଡପସର୍ଠାରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଏକ ଇଂରାଜି ମାଧ୍ୟମିକ ସ୍କୁଲ୍ର ଜଣେ ଖେଳ ଶିକ୍ଷକ ଉକ୍ତ ସ୍କୁଲ୍ର ୪-୫ ଜଣ ଛାତ୍ରଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ହଡପସର ପୁଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ମୁତାବକ ଶିକ୍ଷକ ଜଣକ ଗତ ୫ ମାସ ହେବ ଏପରି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ସୂଚନା ରହିଛି। ଶିକ୍ଷକ ଜଣକ ଛାତ୍ରମାନଙ୍କୁ ତାଙ୍କ ଘରକୁ ଡାକି ଏପରି ଘୃଣ୍ୟ କାର୍ଯ୍ୟ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିଯୁକ୍ତ ନିଜେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ରହିଥିବା ପୋସ୍ପୋ ଆକ୍ଟ ସମିତିର ଜଣେ ସଦସ୍ୟ।
ପ୍ରଥରେ ଜଣେ ଛାତ୍ର ନିଜ ଘରେ ଶିକ୍ଷକଙ୍କର ଏପରି କଳାକାରନାମା ସଂପର୍କରେ କହିବା ପରେ ଘର ଲୋକ ପୁଲିସ୍ରେ ଏକ ଅଭିଯୋଗ ଆଣିଥିଲେ। ହଡପସର୍ ପୁଲିସ୍ ଘଟଣାର ତଦନ୍ତ କରି ଉକ୍ତି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା। ଶିକ୍ଷକ ଜଣକ ପ୍ରାୟ ୪-୫ ଜଣଙ୍କ ସହ ରୀତିମତ ଭାବେ ଏପରି କରୁଥିବା ପରେ ଜାଣିବାକୁ ମିଳିଛି।
ସ୍କଲ୍ ପ୍ରିନ୍ସିପାଲଙ୍କ କହିବା ମୁତାବକ ଉକ୍ତ ଶିକ୍ଷକଙ୍କୁ ସ୍କୁଲ୍ରୁ ନିଲମ୍ବିତ କରାଯାଇଛି। ଏହି ଘଟଣାର ତଦନ୍ତ ପୁଲିସ୍ ଜାରି ରଖିଛି।