ଓଙ୍ଗୋଲ(ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି। ଜଣେ ମହିଳା ପୁରୁଷ ବେଶ ହୋଇ ନାବାଳିକା ସହ ଯୌନ ଅସଦାଚରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ସହ ସ୍ତ୍ରୀର ଅସଲ ଋପ ବିଷୟରେ ଜାଣି ସ୍ୱାମୀ ୩ମହଲା ଛାତରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ତେବେ ଘଟଣା ପରେ ପୁଲିସ ଅଭିଯୁକ୍ତ ମହିଳାକୁ ଗିରଫ କରି ନେଇଥିବା ସାମ୍ନାକୁ ଆସିଛି।

Advertisment

Image result for RAPE Dr. Jennifer Ashton

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ପୁରୁଷଙ୍କ ଭଳି ସଜ ହୋଇ ନାବାଳିକାମାନଙ୍କୁ ଟାର୍ଗେଟ କରୁଥିଲେ। ପୀଡ଼ିତାଙ୍କୁ ସେ ନିଜର ନାଁ କ୍ରିଷ୍ଣା କିଶୋର ରେଡ୍ଡୀ ବୋଲି କହିଥିଲେ। ଏହା ସହ ସେକ୍ସ ଟଏଜ୍‌ ଦ୍ୱାରା ଅଭିଯୁକ୍ତ ମହିଳା ଦୁଷ୍କର୍ମ କରୁଥିଲେ ବୋଲି କହିଛି ପୁଲିସ। ଆନ୍ଧ୍ରପ୍ରଦେଶର ଓଙ୍ଗୋଲରେ ରହୁଥିବା ୪୭ବର୍ଷୀୟ ବ୍ୟକ୍ତିଙ୍କୁ ୨୦୧୬ରେ ବିବାହ କରିବା ପୂର୍ବରୁ ସେ ଦୁଇ ଥର ବିବାହ କରି ସାରିଥିଲେ। ବିବାହ ପରେ ଅଭିଯୁକ୍ତ ମହିଳାଜଣଙ୍କ ପୁରୁଷଙ୍କ ଭଳି ସଜ ହେବା ସହ ନାବାଳିକାଙ୍କ ସହ ସେକ୍ସ ଟଏଜ୍‌ ମାଧ୍ୟମରେ ଦୁଷ୍କର୍ମ କରୁଥିଲେ। ଯାହା ପରିବାରର କାହାକୁ ଜଣା ନଥିଲା।
ଅଭିଯୁକ୍ତ ମହିଳା ନିଜ ସହ ରଖିବା ପାଇଁ ନିଜର ଜଣେ ପୁରୁଷ ବନ୍ଧୁଙ୍କୁ ନାବାଳିକାକୁ ବିବାହ କରିବା ପାଇଁ ରାଜି କରାଇଥିଲେ। ଏ ନେଇ ପୁଲିସର ସହାୟତା ଲୋଡ଼ିଥିଲେ ମଧ୍ୟ ପୁଲିସ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ଯାହା ପରେ ପୀଡ଼ିତା ନିଜ ପରିବାରକୁ ସବୁ କଥା ଜଣାଇଥିଲେ। କ୍ରିଷ୍ଣା ରେଡ୍ଡୀଙ୍କ ବନ୍ଧୁଙ୍କୁ ନୁହେଁ ବରଂ ସେ କ୍ରିଷ୍ଣାଙ୍କୁ ବିବାହ କରିବା ପାଇଁ ଚାହୁଁଥିବା କହିଥିଲେ । ସବୁ ଜାଣି ପୀଡ଼ିତାଙ୍କ ପରିବାର ଲୋକେ ପୁଲିସକୁ ଜଣାଇବା ପରେ ଏଭଳି କରିବା ପଛର କାରଣ ଜାଣିବା ପାଇଁ ତଦନ୍ତ କରିଥିଲା ପୁଲିସ। ଯାହା ପରେ ଅଭିଯୁକ୍ତ ଜଣେ ମହିଳା ବୋଲି ସାମ୍ନାକୁ ଆସିଥିଲା। ଏ ନେଇ ପଚରାଉଚରା ପାଇଁ ଅଭିଯୁକ୍ତର ଘରକୁ ପୁଲିସ ଯାଇଥିବା ବେଳେ ସ୍ତ୍ରୀର ଏଭଳି କାଣ୍ଡ ବିଷୟରେ ଜାଣି ଛାତ ଉପରକୁ ଚାଲି ଯିବା ସହ ତଳକୁ ଡ଼େଇଁ ପଡ଼ିଥିଲେ ସ୍ୱାମୀ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ସବୁ ସତ ସାମ୍ନାକୁ ଆସିବା ପରେ ପୁଲିସ ବିଭିନ୍ନ ପ୍ରକାରର ସେକ୍ସ ଟଏଜ୍‌ ସହ ଅଭିଯୁକ୍ତ ମହିଳାକୁ ଗିରଫ କରିଛି।