ନାବାଳିକା ଦୁଷ୍କର୍ମ ମାମଲା: ୭୦ ବର୍ଷୀୟ ବୃଦ୍ଧଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି: ଜଣେ ନାବାଳିକା ସହ ଦୁଷ୍କର୍ମ କରିବା ମାମଲାରେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ଅରୁଣ କୁମାର ସାହୁ ଆଜି ବାରିକ ପ୍ରଧାନ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଅଧିକା ଜେଲ ଦଣ୍ଡ ଭୋଗିବେ ବୋଲି ଚୂଡ଼ାନ୍ତ ରାୟରେ ପ୍ରକାଶ କରିଛନ୍ତି। ୨୦୧୯ ମାର୍ଚ୍ଚ ୧୦ ତାରିଖରେ ୭୦ ବର୍ଷୀୟ ବାରିକ ପ୍ରଧାନ ସେହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ସ୍ଥାନୀୟ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ବାରିକଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର