ବରେଲି: ଉତ୍ତର ପ୍ରଦେଶର ବରେଲିସ୍ଥିତ ଏକ ଘରୋଇ ଡାକ୍ତରଖାନାର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଭର୍ତ୍ତି ହୋଇଥିବା ଜଣେ ନାବାଳିକା ସହ ସେ ଡାକ୍ତରଖାନାର ଜଣେ କର୍ମଚାରୀ ଏବଂ ଅନ୍ୟ ଚାରି ଜଣ ଅଜ୍ଞାତ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି।

Advertisment

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏ ସିଂହ କହନ୍ତି: ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତରିତ ହେବା ପରେ ପୀଡ଼ିତା ଭୋଗିଥିବା ଦୁଃଖଦ ଘଟନା କହିଥିଲା। ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

ପୁଲିସ ଆହୁରି ସୂଚନା ଦେଇଛି କି, ସାପ କାମୁଡ଼ିବାରୁ ଅସୁସ୍ଥ ହୋଇ ଝିଅଟି ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାକୁ ଡାକ୍ତରଖାନାର ଆଇସିୟୁ ଓ୍ଵାର୍ଡରେ ଭେଣ୍ଟିଲେଟର୍‌ ମଧ୍ୟରେ ରଖାଯାଇଥିଲା।

ସିଂହ କହନ୍ତି ଯେ ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା।

ହସ୍‌ପିଟାଲ୍‌ର ସେ କର୍ମଚାରୀ ଓ ଫେରାର ହୋଇଯାଇଥିବା ୪ ଅପରିଚିତ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଛି।