ଜୋନ୍ପୁର: ଉତ୍ତରପ୍ରଦେଶର ଜୋନପୁରରେ ତିନ୍ ତଲାକ୍ର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ପତ୍ନୀଙ୍କୁ ନିଜ ପିତାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଦେଇଛନ୍ତି ତିନ୍ ତଲାକ୍।
ସ୍ୱାମୀଙ୍କ କହିବାନୁସାରେ, ତାଙ୍କ ବିବାହ ୧୨ବର୍ଷ ପୂର୍ବରୁ ହୋଇଥିଲା। କିଛିବର୍ଷ ବେଶ ହସ୍ଖୁସିରେ ବିତାଇବା ପରେ ସେ ନିଜ ପରିବାରର ପେଟ ପୋଷିବା ପାଇଁ ସାଉଦି ଆରବ କାମ କରିବା ପାଇଁ ଚାଲି ଯାଇଥିଲେ। ଅଭିଯୋଗ ହୋଇଛି କି ଏହି ସମୟରେ ତାଙ୍କ ପତ୍ନୀ ଓ ପିତାଙ୍କ ଭିତରେ ଖରାପ ସମ୍ପର୍କ ରହିଥିଲା। ଅସୁସ୍ଥ ହେବା ହେତୁ ସେ ସାଉଦି ଆରବରୁ ଘରକୁ ଚାଲି ଆସିଥିଲେ। ଘରକୁ ଫେରିବା ପରେ ଆଖପାଖର ଲୋକମାନେ ତାଙ୍କୁ ତାଙ୍କ ପତ୍ନୀ ଓ ପିତାଙ୍କ ସମ୍ପର୍କ ବିଷୟରେ କହିଥିଲେ, କିନ୍ତୁ ତାଙ୍କୁ ଏସବୁ ବିଶ୍ୱାସ ହୋଇ ନଥିଲା।
୨୦୧୯ ଅଗଷ୍ଟ ୨୫ ତାରିଖରେ ସେ ଏକ ଜରୁରୀ କାମରେ ବାରାଣାସୀ ଯାଇଥିଲେ, ପତ୍ନୀଙ୍କୁ କହିଥିଲେ ସେ ତାର ଆରଦିନ ସକାଳେ ଆସିବେ। କିନ୍ତୁ କାମ ଶେଷ ହୋଇଯିବା ପରେ ସେ ସେହିଦିନ ରାତି ୧୦ଟାରେ ଘରେ ଆସି ପହଞ୍ଚି ଯାଇଥିଲେ। ଘରେ ପହଞ୍ଚି ସେ ନିଜ ପତ୍ନୀ ଓ ପିତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ। କ୍ରୋଧରେ ଆସି ସେ ନିଜ ପତ୍ନୀଙ୍କୁ ତିନ୍ ତଲାକ୍ ଦେଇଥିଲେ।