ସ୍ବାମୀ ୧୪କୁ ସ୍ତ୍ରୀ ୧୭ ! ଜନ୍ମିତ ପିଲାକୁ ନେଇ ସ୍ବାମୀର ‌ସନ୍ଦେହ ପରେ ମାସକର ଶିଶୁର ଗଳାଚିପି ହତ୍ୟା କଲା ମାଆ

ମୁମ୍ବାଇ: ନିଜର ମାସକର ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଶିଶୁଟିର ୧୭ ବର୍ଷୀୟା ମାଆକୁ ଗିରଫ କରିଛି। ବାନ୍ଦ୍ରାର କ୍ବାରେସୀ ନଗର ଅଞ୍ଚଳରୁ ଶିଶୁଟିର ମୃତ ଶରୀରକୁ ପୁଲିସ୍‌ ଅକ୍ଟୋବର ମାସରେ ଏକ ଅଟୋ ରିକ୍ସା ଭିତରୁ ଉଦ୍ଧାର କରିିଥିଲା। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଶିଶୁଟିର ବାପାଙ୍କ ବୟସ ମାତ୍ର ୧୪ ବର୍ଷ। ୧୪ ବର୍ଷୀୟ ସ୍ବାମୀ ନିଜର ୧୭ ବର୍ଷୀୟା ପତ୍ନୀଙ୍କୁ ସଦା ସନ୍ଦେହ କରୁଥିଲେ। ଏପରିକି ମାସେ ତଳେ ଜନ୍ମ ହୋଇଥିବା ପିଲାକୁ ନିଜର ବୋଲି ସ୍ବୀକାର କରୁ ନଥିଲେ। ସ୍ବାମୀଙ୍କ ସନ୍ଦେହ ଅସହ୍ୟ ହେବା ପରେ ଶେଷରେ ନିରୂପାୟ ମାଆ ନିଜ ଜନ୍ମକଲା ପିଲାକୁ ବେକ ଚିପି ହତ୍ୟା କରିଥିବା ନିଜେ ପୁଲିସ୍‌ ଆଗରେ ସ୍ବୀକାର କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପିଲାଟି ଜନ୍ମ ହେବା ପରଠାରୁ ଏହି ନାବାଳକ-ନାବାଳିକା ଦମ୍ପତିଙ୍କ ମଧ୍ୟରେ ରୀତିମତ ଝଗଡ଼ା ହେଉଥିଲା। ମାଆଟି ରାଗରେ ଆସି ନିଜ ପିଲାକୁ ହତ୍ୟା କରିଥିବା ସୂଚନା ରହିଛି।

Times Now

ପୁଲିସ୍‌ ଶୁଶୁଟିର ମୃତଦେହ ଉଦ୍ଧାର କରିବା ପରେ ତା’ର ବାପାମାଆଙ୍କୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଥିଲା। ହତ୍ୟାକାରୀ ମାଆ ପୂର୍ବରୁ ନିୟମିତ ଭାବେ ଏକ ମସ୍‌ଜିଦ୍‌କୁ ଶିଶୁଟିକୁ ଧରି ଯିବାଆସିବା କରୁଥିଲା। ମାତ୍ର ଅକ୍ଟୋବର ପରଠାରୁ ସେ ଆଉ ସେଠାକୁ ଆସୁନଥିବା କାରଣରୁ ପୁଲିସ୍‌ ସନ୍ଦେହ କରି ତାକୁ ଖୋଜି ପାଇଥିଲା।

ପୁଲିସ୍‌ ହତ୍ୟାକାରୀ ମାଆକୁ ପାଇବା ପରେ ପଚରାଉଚରା ଆରମ୍ଭ କରିଥିଲା। ପୁଲିସ୍‌ ଜେରା ସମୟରେ ନାବାଳିକା ମାଆ ଜଣକ ନିଜ ଦୋଷ ସ୍ବୀକାର କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର