ବୁର୍ଲା/ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଜଣେ ଦୁଇ ବର୍ଷର ଶିଶୁକୁ ଦୁର୍ଷ୍କମ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବଡ଼ସିଂହାରୀ ଗାଁର ଶିଶିକାନ୍ତ ଗୁହାଲ (୨୩)ଙ୍କୁ ଗିରଫ କରିଛି। ଗତ ୨୫ ତାରିଖ ଦିନ ଶିଶୁଟି ଖେଳୁଥିବା ବେଳେ ଅଭିଯୁକ୍ତ ଚକୋଲେଟ ଦେବା ବାହାନାରେ ଡକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତାଙ୍କ ବାପା ଗାଁରେ ଏକ ସଭା କରିବା ପରେ ଗୋଶାଲା ଫାଣ୍ଡିରେ ଏତଲା ଦେଇଥିଲେ। ପୁଲିସ ଶଶିକାନ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି।
୨ ବର୍ଷର ଶିଶୁକୁ ଦୁଷ୍କର୍ମ, ଯୁବକ ଗିରଫ
/sambad/media/post_attachments/wp-content/uploads/2018/01/handcuffs-story_3_647_041717111309.jpg)