ଲକ୍ଷ୍ମୌ: ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ତୁଦିଲା ଗ୍ରାମର ଜଣେ ଛାତ୍ର ମଙ୍ଗଳବାର ଆରମ୍ଭ ହୋଇଥିବା ଦ୍ୱାଦଶଶ୍ରେଣୀ ପରୀକ୍ଷା ଦେବ ନାହିଁ ବୋଲି ନିଜ ଭାଇକୁ ଅପହରଣ କରିଥିବା ଘଟଣା ସାମ୍ନାକୁ ଆସିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ରଣବୀର(୧୮) ନିଜର ସମ୍ପର୍କୀୟ ଭାଇ ଘରେ ଶୋଇଥିବା ବେଳେ ତାକୁ ଘରୁ ଉଠାଇ ନେଇଥିଲା। ଘରୁ ନେବା ପରେ ୩ବର୍ଷର ଶିଶୁକୁ ରଶିରେ ବାନ୍ଧି ସ୍ଥାନୀୟ ଏକ କ୍ଷେତରେ ଫିଙ୍ଗି ଦେଇଥିଲା। ଶିଶୁର ମା’ ପିଲାକୁ ଅପରାହ୍ନରୁ ଅନେକ ଖୋଜାଖୋଜି କରିଥିଲେ ହେଁ ସନ୍ଧାନ ପାଇ ନଥିଲେ। ଅଭିଯୋଗ ନେଇ ଥାନାରେ ପହଞ୍ଚିବା ପରେ ପୁଲିସର ଏକ ଟିମ୍ ତୁରନ୍ତ ପଦକ୍ଷେପ ନେଇ ଶିଶୁକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲା। ତଦନ୍ତ ସମୟରେ ଏକ ହାତ ଲେଖା ଚିଠି ପୁଲିସ ହାତରେ ଲାଗିଥିଲା, ଯେଉଁଥିରେ ଲେଖାଥିଲା, ‘ରଣବୀରକୁ କୌଣସି ଏକ ସ୍ୱତନ୍ତ୍ର ସ୍ଥାନକୁ ଶିଶୁକୁ ଖୋଜିବା ପାଇଁ ପଠାଯିବା ଦରକାର।’
ndtv.comଏହି ଚିଠିରୁ ପୁଲିସର ରଣବୀର ଉପରେ ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ରଣବୀରକୁ ଧରି ଏହି ଘଟଣା ବିଷୟରେ ପଚାରିବାରୁ ସେ କିଛି ଜାଣି ନାହିଁ ବୋଲି କହିବା ସହ ସେ ବି ତାର ଭାଇକୁ ବହୁତ ଖୋଜୁଛି କିନ୍ତୁ ପାଇ ନାହିଁ ବୋଲି କହିଥିଲା। ପରେ ପୁଲିସର ଧମକରେ ଭୟଭୀତ ହୋଇ ରଣବୀର ନିଜ ଦୋଷ ସ୍ୱୀକାର କରି ସତ ବଖାଣି ଦେଇଥିଲା।
ଶିଶୁକୁ ବାନ୍ଧି ଯେଉଁଠାରେ ପକାଇ ଥିଲା ପୁଲିସକୁ ସାଥୀରେ ସେଠାକୁ ନେଇଯାଇଥିଲା। ଘଟଣାସ୍ଥଳରୁ ପୁଲିସ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ରଣବୀର ବିରୋଧରେ ଏକ ଅପହରଣ ମାମଲା ରୁଜୁ କରିଛି।
ପୁଲିସ ଇନ୍ସପେକ୍ଟର ଅସିତ ଯାଦବଙ୍କ କହିବାନୁସାରେ, ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବ ନାହିଁ ବୋଲି ରଣବୀର ନିଜ ସମ୍ପର୍କୀୟ ଭାଇକୁ ଅପହରଣ କରିଥିଲା ବୋଲି ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/11.jpg)