୪୦ ଫୁଟ୍‌ର ଟାଓ୍ଵାର ଉପରେ ଚଢ଼ିଲେ ବ୍ୟକ୍ତି: ‘ମୋତେ ନ୍ୟାୟ ନ ମିଳିଲେ ମୁଁ ତଳକୁ ଡେଇଁ ପଡ଼ିବି’

୪୦ ଫୁଟ୍‌ର ଟାଓ୍ଵାର ଉପରେ ଚଢ଼ିଲେ ବ୍ୟକ୍ତି: ‘ମୋତେ ନ୍ୟାୟ ନ ମିଳିଲେ ମୁଁ ତଳକୁ ଡେଇଁ ପଡ଼ିବି’

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗିତୟାଲ୍‌ ଜିଲ୍ଲାର ଜଣେ ବ୍ୟକ୍ତି ଛାଡ଼ପତ୍ର ଦାବି କରି ୪୦ ଫୁଟ୍‌ର ଏକ ମୋବାଇଲ୍‌ ଟାଓ୍ଵାର ଚଢ଼ିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ବିବଶ ବ୍ୟକ୍ତି ଜଣକ କୁଆଡୁ କାହାର ସାହାରା ନପାଇ ଏପରି କରିବାର ନିଷ୍ପତ୍ତି ନେଇଥିଲେ। ଅର୍‌ପାଲି ଗ୍ରାମରେ ଥିବା ଏକ ବେସରକାରୀ ହସ୍ପିଟାଲ୍‌ରେ ଡାକ୍ତରୀ ପ୍ରାକ୍ଟିସ୍‌ କରୁଥିବା ବି ଅଜୟ କୁମାର ରାଓ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ପୁଲିସ୍‌ କେସ୍‌ କରି ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି।

ଅଜୟ ଟାଓ୍ଵାର୍‌ ଉପରେ ଚଢ଼ିବା ପରେ ଦୀର୍ଘ ସମୟ ଧରି ତଳକୁ ଓହ୍ଲାଇ ନଥିଲେ। ପୁଲିସ୍‌ ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହିଥିଲା। ମାତ୍ର ପତ୍ନୀଙ୍କ ସହ ତାଙ୍କର ଛାଡ଼ପତ୍ର ନ ହୋଇସାରିବା ପର୍ଯ୍ୟନ୍ତ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଅଜୟ ଏବଂ ଲାସ୍ୟା ସାତ ବର୍ଷ ହେଲା ବିବାହ କରିଥିଲେ। ସେମାନଙ୍କର ଏକ କନ୍ୟା ମଧ୍ୟ ଅଛି। ୩ ବର୍ଷ ତଳୁ ଲାସ୍ୟା ତାଙ୍କ ପତିଙ୍କୁ ଛାଡ଼ି ନିଜ ବାପଘରକୁ ଚାଲି ଯାଇଥିଲେ। ମାତ୍ର ସଲାସୁତରା ପରେ ସେ ପୁଣିଥରେ ସ୍ୱାମୀଙ୍କ ପାଖକୁ ଫେରିଥିଲେ। ପୁଣି ଥରେ ତାଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ଯୌତୁକ ଅଭିଯୋଗ ଆଣିଥିଲେ। ଏ ସଂପର୍କରେ ଅଜୟଙ୍କ ଦାବି ହେଲା ପୁଲିସ୍‌ ଲାସ୍ୟାଙ୍କୁ ଅଧିକ ସମର୍ଥନ କରିଥିଲେ। ଅଜୟଙ୍କୁ ତାଙ୍କ କଥା ଖୋଲାଖୋଲି କହିବାର ସୁଯୋଗ ଦେଇନଥିଲେ। ଫଳରେ ଅନ୍ୟ କିଛି ଉପାୟ ନ ପାଇ ଅଜୟ ଟାଓ୍ଵାର ଉପରୁ ଚଢ଼ି ଯାଇ ଏକ ଚିଠି ଜରିଆରେ ନିଜ କଥା ଲେଖିକି ଜଣାଇଛନ୍ତି।

ଏହି ଚିଠିରେ ସେ ଲେଖିଛନ୍ତି, ‘ମୋ ପତ୍ନୀ କଳି କରି ମୋତେ ଘରୁ ତଡ଼ି ଦେଲେ। ଏବେ ସେ ଭଡ଼ା ଘରେ ସେ ରହୁଛନ୍ତି। କିନ୍ତୁ ପୋଲିସ୍‌ ମୋତେ ଭଡ଼ା ଟଙ୍କା ଦେବାକୁ କହୁଛନ୍ତି। ପୁରୁଷମାନଙ୍କ ପାଇଁ କ’ଣ କୌଣସି ସୁରକ୍ଷା ନାହିଁ? ଏହବ୍ୟତୀତ ଅଜୟ ନିଜ ଝିଅକୁ ପାଖରେ ରଖିବା ପାଇଁ ମଧ୍ୟ ଦାବି କରିଛନ୍ତିି। ମୋତେ ଯଦି ନ୍ୟାୟ ନ ମିଳେ ତେବେ ମୁଁ ଏ ଟାଓ୍ଵାର ଉପରୁ ଡେଇଁପଡ଼ିବି ବୋଲି ସେ ଧମକ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର