ହାଇଦ୍ରାବାଦ୍ : ବେଳେ ବେଳେ ମଣିଷ ମଦ ନିଶାରେ ତା’ର ହିତାହିତ ଜ୍ଞାନ ହରାଇ ଥାଏ ଏବଂ କେବେ କେବେ ମଣିଷରୁ ପାଲଟି ଯାଏ ରାକ୍ଷାସ! ଏଭଳି ଏକ ଘଟଣା ଘଟିଛି ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ମଦ ନିଶାରେ ମଣିଷ ଏପରି ବି କରିପାରେ ଏହା ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରିହେବ ନାହିଁ । ଏହି ଘଟଣା ତେଲେଙ୍ଗାନାର ମେହେବୁବାବାଦ ଜିଲ୍ଲା କେଶମୁଦ୍ରମ ଅଞ୍ଚଳର । ଏଠାରେ ମଦ ନିଶାରେ ଜଣେ ବ୍ୟକ୍ତି ଜିଅନ୍ତା କୁକୁଡାକୁ ଖାଉଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ଆପଣ ଦେଖି ପାରିବେ ଦୁଇ ଜଣ ବ୍ୟକ୍ତି ମଦ ନିଶାରେ ରାସ୍ତା କଡରେ ପଡିଛନ୍ତି । ଜଣେ ନିଶାରେ ତଳେ ଶୋଇ ପଡିଥିବା ବେଳେ ଅନ୍ୟ ଜଣେ ଗୋଟାଏ କୁକୁଡାକୁ ଜିଅନ୍ତା ଖାଉଛି। ପ୍ରଥମେ କୁକୁଡାର ପରକୁ ଲୋକଟି ଦାନ୍ତରେ ଛିଡ଼ାଉଛି ଓ ପରେ କୁକୁଡାକୁ ମଝିରୁ ଫାଡି ଖାଉଛି । ଅସଲ କଥାଟି ହେଲା, ଦୁଇ ଜଣ ମଦ ପିଇବା ପୂର୍ବରୁ ରୋଷେଇ କରିବା ପାଇଁ ଏକ କୁକୁଡା କିଣିଥିଲେ। କିନ୍ତୁ ନିଶାଗ୍ରସ୍ତ ହେବାପରେ ସେମାନେ କୁୁକଡାକୁ ରୋଷେଇ କରି ଖାଇବା ବଦଳରେ କଞ୍ଚା ଖାଇଥିଲେ । ଭିଡିଓଟି ଭାଇରାଲ ହେବା ପରେ ପଶୁଙ୍କ ସହ ନିଷ୍ଠୁର ଆଚରଣ କରିବାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।