ନୂଆଦିଲ୍ଲୀ: ତେଲାଙ୍ଗାନର ପେଡ୍ଡାପାଲ୍ଲି ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ମା’ ପାଖରେ ଶୋଇଥିବା ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ଯାହାକୁ ଆଧାର କରି ପୁଲିସ ତଦନ୍ତ କରି ଦୁଷ୍କର୍ମକାରୀକୁ ଚିହ୍ନଟ କରିଛି। ଦୁଷ୍କର୍ମକାରୀର ନାମ ବଳରାମ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୀଡ଼ିତା ଶିଶୁଙ୍କ ମା’ ପେଡ୍ଡାପାଲ୍ଲି ଜିଲ୍ଲାର ଏକ ଚାଉଳ ମିଲରେ ଶ୍ରମିକ ଭାବେ କାମ କରନ୍ତି। ଗତ ଗୁରୁବାର ରାତିରେ କାମ ସରିବା ପରେ ସେ ଥକିପଡ଼ି ସବୁଦିନ ପରି ଚାଉଳ ମିଲ ବାହାରେ ନିଜର ୬ବର୍ଷର ଶିଶୁକୁ ନେଇ ଶୋଇପଡ଼ିଥିଲେ। ମା’କୁ ନିଘୋଡ଼ ନିଦରେ ଶୋଇବା ଦେଖି ସେହିବାଟ ଦେଇ ଯାଉଥିବା ଟ୍ରକ ଚାଳକ ବଳରାମ ଅଟକିଯାଇଥିଲା। ଆଉ ମା’ ପାଖରୁ ଶିଶୁକୁ ଉଠାଇ ନେଇ ନିକଟସ୍ଥ ଏକ ବୁଦା ମୂଳେ ଦୁଷ୍କର୍ମ କରି ହତ୍ୟା କରି ଦେଇଥିଲା।
ମା’ର ନିଦ ଭାଙ୍ଗିଲା ବେଳକୁ ସେ ଶିଶୁକୁ ନପାଇ ଏଣେତେଣେ ଖୋଜିଥିଲେ। ଏଥିସହିତ ତାଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କୁ ବି ଏ ଘଟଣା ବିଷୟରେ ଜଣାଇଥିଲେ। ସମସ୍ତେ ମିଶି ଖୋଜାଖୋଜି କରିବା ପରେ ଶିଶୁକୁ ଏକ ବୁଦା ନିକଟରୁ ଗୁରୁତର ଅବସ୍ଥାରେ ପାଇବା ପରେ ଡାକ୍ତରଖାନା ନେଇ ଯାଇଥିଲେ। ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତଘୋଷଣା କରିଥିଲେ।
ଏହାପରେ ମୃତ ଶିଶୁଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/b6030d8a-d692-4c06-8597-6b38dc5004a7.jpg)