ସାତଟି ବାଲ୍‌ତିରୁ ମିଳିଲା କଟା ଶରୀର, ପୁଅ ହତ୍ୟା କରିଥିବା ସନ୍ଦେହ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୮୦ ବର୍ଷିଅ ବୃଦ୍ଧଙ୍କୁ ଛୁରୀରେ କାଟି କଟା ଶରୀରକୁ କେହି ଜଣେ ସାତଟି ପ୍ଲାଷ୍ଟିକ୍‌ ବାଲ୍‌ତିରେ ପୂରାଇଥିବା ଅଭିଯୋଗ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି। ମୃତକଙ୍କ ପଡ଼ୋଶୀ ପୁଲିସ୍‌ରେ ଖବର ଦେବା ପରେ ପୁଲିସ୍‌ ଘଟଣା ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଜାଣିବାକୁ ମିଳିଛି ଯେ ମୃତକଙ୍କୁ ହତ୍ୟା ପରେ ତାଙ୍କ ନିଜ ଘରେ ହିଁ ରଖା ଯାଇଥିଲା। ତାଙ୍କ ଘୁ ପଚା ଗନ୍ଧ ଆସିବାରୁ ପଡ଼ୋଶୀମାନେ ସହ୍ୟ ନକରିପାରି ପୁଲିସ୍‌କୁ ତଦନ୍ତ କରିବାକୁ କହିଥିଲେ। ପୁଲିସ୍‌ ଆସି ତଦନ୍ତ କରିବା ପରେ ସାତଟି ବାଲ୍‌ତିରେ ମର ଶରୀର କଟା କଟା ହୋଇ ପଶିଥିବାର ଦେଖିବାକୁ ମିଳିଥିଲା। ତେବେ, ଏହି ହତ୍ୟା ମୃତକଙ୍କ ପୁଅ କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଘରେ ତାଙ୍କର ପତ୍ନୀ ଓ ଝିଅ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର