ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଟେଲିଭିଜନ ଅଭିନେତ୍ରୀ

ମୁମ୍ବାଇ: ମଡେଲ୍‌ରୁ ଟେଲିଭିଜନ୍‌ ଅଭିନେତ୍ରୀ ବନିଥିବା ମୁମ୍ବାଇର ଜଣେ ଅଭିନେତ୍ରୀ ନିକଟରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ଟେଲିଭିଜନ୍‌ ଅଭିନେତ୍ରୀ ୨୫ବର୍ଷୀୟ ଜଣେ ବ୍ୟକ୍ତି ଉପରେ ଅଭିଯୋଗ ଆଣି କହିଛନ୍ତି, ସେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ।

ଉତ୍ତରପ୍ରଦେଶରେ ବସବାସ କରୁଥିବା ଅଭିନେତ୍ରୀ ମୁମ୍ବାଇରେ ହିଁ ନିଜ ପାଠପଢ଼ା ଶେଷ କରିଛନ୍ତି। ୨୦୧୪ରେ ଅଭିଯୁକ୍ତ ଅଭିନେତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେ ବି ସେଠାରେ ପାଠ ପଢ଼ୁଥିଲେ। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଜୁଲାଇ ୭ରେ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହୋଇଥିଲା। ଏହାପରେ ଦୁହେଁ ଫୋନ୍‌ ନମ୍ବର ଦିଆନିଆ କରି ଫୋନ୍‌ରେ କଥାବାର୍ତ୍ତା ହେବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଯୁବକ ଜଣକ ଅଭିନେତ୍ରୀଙ୍କୁ ପ୍ରୋପୋଜ ମଧ୍ୟ କରିଥିବା ବୋଲି ପୀଡିତା କହନ୍ତି।

କିଛିଦିନ ପରେ ଯୁବକ ଅଭିନେତ୍ରୀଙ୍କୁ ନିଜ ପରିବାରଲୋକଙ୍କ ସହିତ ଭେଟିବାକୁ ନେଇ ଯାଇଥିଲେ। ସେପ୍ଟେମ୍ବର ୪ରେ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଭଡା କାର ଜରିଆରେ ନିମରାନା ନେଇ ଆସି ଏକ ହୋଟେଲରେ ରଖିଥିଲେ। ଏହି ସମୟରେ ଯୁବକ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନ ମୁତାବକ, ଉକ୍ତ ଅଭିଯୁକ୍ତ ଭବିଷ୍ୟତରେ ଅଭିନେତ୍ରୀଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାପରେ ବାରମ୍ବାର ସେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରି ଚାଲିଥିଲା। ସେପ୍ଟେମ୍ବର ୬ରେ ସେ ମୁମ୍ବାଇ ଚାଲି ଆସିଥିଲେ ଓ ଫୋନ୍‌ରେ ଅଭିଯୁକ୍ତଙ୍କ ସହ କଥା ହୋଇଥିଲେ। କଥା ହେଉଥିବା ସମୟରେ ଉକ୍ତ ଯୁବକ ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏ ନେଇ ଅଲଓ୍ୱାର ପୁଲିସ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର