ସାମାନ୍ୟ ଭୁଲ ପାଇଁ ୧୦ବର୍ଷର ପୁଅକୁ ଶିକୁଳିରେ ବାନ୍ଧି ଘରେ ବନ୍ଦ କରି ରଖିଥିଲେ ବାପା

ହାପୁଡ଼ା: ଉତ୍ତରପ୍ରଦେଶର ଜନପଦ ହାପୁଡରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ତାଙ୍କର ୧୦ବର୍ଷର ପୁଅକୁ ଶିକୁଳିରେ ବାନ୍ଧି ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକ ଘରେ ବନ୍ଦ କରି ରଖିଥିଲେ। ପୁଲିସ ଏହି ବାଳକକୁ ଉଦ୍ଧାର କରିଛି।

ଏହି ଘଟଣା ସମ୍ପର୍କରେ ଖବର ପାଇ ସିଟି କୋତବାଲି ଇନ୍ସପେକ୍ଟର ପଙ୍କଜ ଲବାନିଆ ଘଟଣାସ୍ଥଳରେ ପହଞ୍ଚି ବାପା କବଳରୁ ପୁଅକୁ ଉଦ୍ଧାର କରିଥିଲେ। ଏହି ମାମଲାରେ ଇନ୍ସପେକ୍ଟର ପଙ୍କଜ ଲବାନିଆ କହନ୍ତି, ପିଲାକୁ ଶିକୁଳିରୁ ମୁକ୍ତ କରାଯାଇଛି। ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଆରମ୍ଭ କରି ଦେଇଛି ପୁଲିସ।

ଏଭଳି ଘଟଣା କୋତବାଲି ଅଞ୍ଚଳର ପିରବାଉଦ୍ଦୀନରେ ଘଟିଛି। ଯେଉଁଠାରେ ନାଜିମ୍‌କୁ ତାର ବାପା ଦେଢ଼ବର୍ଷ ହେବ ଏକ ଶିକୁଳିରେ ବାନ୍ଧି ରଖିଥିଲେ। ପୁଅର ଗୋଟିଏ ମାତ୍ର ଭୁଲ ଥିଲା ସେ ଖେଳିବା ପାଇଁ ତାର ଆଈଙ୍କ ଘରକୁ ବାରମ୍ବାର ଯାଉଥିଲା। ଏହି କଥା ନାଜିମ ପିତାଙ୍କୁ ଖରାପ ଲାଗିଥିଲା। ସେଥିପାଇଁ ସେ ରାଗରେ ପୁଅକୁ ଶିକୁଳିରେ  ବାନ୍ଧି ରଖିଥିଲେ।

ସମ୍ବନ୍ଧିତ ଖବର