ପରୀକ୍ଷା ଦେବାକୁ ଯିବା ପୂର୍ବରୁ ପୋଷାକ କାଢ଼ି ଚେକ୍‌ କରାଯାଉଥିବା ଦେଖି ଡରରେ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ

ଜଶପୁର(ମଧ୍ୟପ୍ରଦେଶ) : ପରୀକ୍ଷା ଦେବାକୁ ଯିବା ପୂର୍ବରୁ ନିଜ ସହପାଠୀଙ୍କ ପୋଷାକ କଢ଼ା ଯାଇ ଚେକିଂ କରାଯାଉଥିବା ଦେଖି ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ । ନିଜ ସହ ସେଭଳି ଘଟିବା ଡରରେ ପୀଡ଼ିତା ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଘଟଣାଟି ମଧ୍ୟପ୍ରଦେଶର ଜଶପୁରରେ ମାର୍ଚ୍ଚ ୫ ତାରିଖରେ ଘଟିଥିଲା ।

emDOCs

ସୂଚନା ମୁତାବକ, ପରୀକ୍ଷା ଆରମ୍ଭ ହେବା ପରେ ପରେ ପୀଡ଼ିତା ଘରକୁ ଆସି ନିଜ ଭାଇଙ୍କୁ ସବୁ ଜଣାଇଥିଲେ । ମୋର ଦୁଇ ସାଙ୍ଗ ପାରୀକ୍ଷା ଦେବାକୁ ଯାଉଥିବା ବେଳେ ସ୍କୁଲରେ ଚେକିଂ କରିବା ପାଇଁ ସେମାନଙ୍କ ପୋଷାକ କଢ଼ା ଯାଇଥିଲା । ମୋ ସହ ସେଭଳି ହେଲେ ମୁଁ ଆତ୍ମହତ୍ୟା କରିନେବି ବୋଲି ପୀଡ଼ିତା ନିଜ ଭାଇଙ୍କୁ ଜଣାଇଥିଲେ । ଏହାର କିଛି ଦିନ ପରେ ୧୬ବର୍ଷୀୟା ପୀଡ଼ିତା ଏଭଳି ପଦକ୍ଷେପ ନେବା ପରେ ଘର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଘଟଣାଟି ସାମ୍ନାକୁ ଆସିବା ପରେ ଜଶପୁରର ଜିଲ୍ଲାପାଳ ଏ ନେଇ ଯାଞ୍ଚ କରିବାର ଆଦେଶ ଦେଇଛନ୍ତି । ଘଟଣାଟି ସୋମବାର ଘଟିଥିବା ବେଳେ ବୁଧବାର ପର୍ଯ୍ୟନ୍ତ ଏ ନେଇ କୌଣସି ଏତଲା ରୁଜୁ ହୋଇ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର