ପାକିସ୍ତାନରେ ଥିବା ୨୨ ସକ୍ରିୟ ଆତଙ୍କବାଦୀ ଶିବିରରେ ଚାଲିଛି ପ୍ରଶିକ୍ଷଣ, ଏବେ ବି ଆତଙ୍କୀ ଗଢୁଛି ପାକ୍‌

ନୂଆଦିଲ୍ଲୀ: ପାକିସ୍ତାନରେ ଏବେ ବି ୨୨ଟି ଆତଙ୍କବାଦୀ ଶିବିର ସକ୍ରିୟ ରହିଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ପ୍ରଶିକ୍ଷଣ ଶିବିରଗୁଡ଼ିକ ମଧ୍ୟରୁ ୯ଟି ଶିବିର ହେଉଛି ପୁଲଓ୍ଵାମାରେ ଆକ୍ରମଣ ଘଟାଇଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର। ଏହି ସମସ୍ତ ଶିବିରକୁ ପାକିସ୍ତାନୀ ସେନା ଗୋଚରରେ ପରିଚାଳନା ଯାଉଛି। ପାକିସ୍ତାନି ସେନାର ସମର୍ଥନରେ ଏହି ଆତଙ୍କବାଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ସଫେଇ ଦେଇ କହିଥିଲା ଯେ ତା’ ଦେଶ ମାଟିରେ କୌଣସି ପ୍ରକାର ଆତଙ୍କବାଦୀ ଶିବିର ନାହିଁ। ମାତ୍ର ଏବେ ୨୨ଟି ସକ୍ରିୟ ଆତଙ୍କବାଦୀ ଶିବିର ଥିବା ନେଇ ସୂଚନା ମିଳିବା ପରେ ପାକିସ୍ତାନ ପୁଣି ଥରେ ମିଛୁଆ ପ୍ରମାଣିତ ହୋଇଛି।

ପାକିସ୍ତାନ ଆହୁରି ବି କହିଛି ଯେ ସୀମାରେ ଯଦି ବାସ୍ତବର ଆତଙ୍କବାଦୀ ଅଛନ୍ତି ତେବେ ଭାରତ ଚାହିଁଲେ ଦ୍ୱିତୀୟ ଥର ପାଇଁ ଏୟାର୍‌ ଷ୍ଟ୍ରାଇକ୍‌ କରିପାରିବ। ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତ ୨୬ ତାରିଖ ମଧ୍ୟ ରାତ୍ରରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲା। ଏହି ଷ୍ଟ୍ରାଇକ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହେବା ସୂଚନା ରହିଛି।

ସମ୍ବନ୍ଧିତ ଖବର