ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ ମନ୍ଦିରରେ ପୁଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ମନ୍ଦିରରେ ଥିବା ସମସ୍ତ ପୂଜାରୀ ଡ୍ରଗ୍ସ ସେବନ କରି ଟଳମଳ ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ସମସ୍ତ ଡ୍ରଗ୍ସ ସେବନ କରିଥିବା ପୂଜାରୀଙ୍କୁ ହେପାଜତକୁ ନେଇ ଡ୍ରଗ୍ସ ସୁଧାରଗୃହକୁ ପଠାଇ ଦେଇଛି। ଏହି ଘଟଣା ଥାଇଲ୍ୟାଣ୍ଡର ଏକ ଅଞ୍ଚଳରେ ଘଟିଥିବା କୁହାଯାଉଛି। ପୁଲିସର ଏହି ଚଢ଼ାଉ ପରେ ମନ୍ଦିର ଖାଲି ହୋଇଯାଇଛି।
ଥାଇଲ୍ୟାଣ୍ଡରେ ପୁଲିସ ଓ ସରକାରଙ୍କ ଅନେକ ଚେଷ୍ଟା ପରେ ବି ଡ୍ରଗ୍ଦ କାରବାର ଥମିବାର ନାମ ନେଉନାହିଁ। ଏଠାରେ ବହୁ ପରିମାଣରେ ଡ୍ରଗ୍ସ ଚାଲାଣ ସହିତ ଲୋକେ ଏହାକୁ ସେବନ କରୁଥିବା ଘଟଣା ସାମ୍ନାକୁ ଆସିଛି।
ନିକଟରେ ମଧ୍ୟ ଥାଇଲ୍ୟାଣ୍ଡର ଏକ ବୌଦ୍ଧ ମନ୍ଦିରରେ ପୁଲିସ ଚଢ଼ାଉ କରିବା ସମୟରେ ପୂଜାରୀ ଡ୍ରଗ୍ସ ସେବନ କରି ଟଳମଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିରେ ମୁଖ୍ୟ ପୂଜାରୀ ବି ସାମିଲ ଥିଲେ। ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି। ମନ୍ଦିର ଖାଲି ହେବା ପରେ ଲୋକେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେମାନଙ୍କ କହିବାନୁସାରେ, ଏଣିକି କିଛି ପୂଜାପାଠ କରି ହେଉନାହିଁ। କାରଣ ମନ୍ଦିରରେ କୌଣସି ପୂଜାରୀ ନାହାନ୍ତି। ଏହି ଘଟଣାକୁ ନେଇ ଜିଲ୍ଲା ଅଧିକାରୀ କହିଛନ୍ତି, ଖୁବଶୀଘ୍ର ମନ୍ଦିରରେ ପୂଜାରୀଙ୍କ ବ୍ୟବସ୍ଥା କରାଯିବ।
ପୂଜାରୀମାନେ methamphetamine ନାମକ ଡ୍ରଗ୍ସ ସେବନ କରିଥିବା ଜଣାପଡ଼ିଛି। ଏହି ଡ୍ରଗ୍ଦ ଥାଇଲ୍ୟାଣ୍ଡରେ ବହୁଳମାତ୍ରାରେ ଲୋକେ ବ୍ୟବହାର କରି ଥାଆନ୍ତି। ଏହି ଡ୍ରଗ୍ସକୁ ମିଆଁମାରରୁ ଲାଓସ ରାସ୍ତା ଦେଇ ଥାଇଲ୍ୟାଣ୍ଡକୁ ଅଣାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।