ଥାନେ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହୁଥିବା ଜଣେ ଅଟୋ ଡ୍ରାଇଭର ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ନିଜର ତିନି ବର୍ଷର ଝିଅକୁ ଆଇସକ୍ରିମ୍ ଖୁଆଇ ତା’ସାମ୍ନାରେ ଫାସି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ପୁଲିସର ସୂଚନା ଅନୁଯାୟୀ ଗୁରୁବାର ଦ୍ୱିପହରରେ ସୁନୀଲ ସାଙ୍ଗଲେ (୪୦) ତାଙ୍କ ସ୍ତ୍ରୀ ଅର୍ଚ୍ଚନାଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଥିବା ସଂପର୍କରେ ସୂଚନା ମିଳିଥିଲା। ଝିଅକୁ ପଚାରିବା ପରେ ସେ କହିଥିଲାଯେ ମମ୍ମିଙ୍କୁ ପାପା ଦୁଇ ତିନି ଚାପୁଡା ମାରିବାପରେ ତାଙ୍କର ତଣ୍ଟି ଚିପି ଦେଇଥିଲେ। ତା’ପରେ ମମ୍ମି ଶୋଇଯାଇଥିଲେ। ତା’ପରେ ସୁନୀଲ ଅର୍ଚ୍ଚନାଙ୍କର ସଂପର୍କୀୟମାନଙ୍କୁ ତାଙ୍କୁ ମାରିଥିବା କଥା ଫୋନରେ ଜଣାଇଥିଲେ। ସୁନୀଲ ଏକ ସୁଇସାଇଡାଲ୍ ନୋଟ୍ ଲେଖିଥିଲେ,ଯେଉଁଥିରେ ସେ ହତ୍ୟା ଓ ଆତ୍ମହତ୍ୟା ପାଇଁ ଅର୍ଚ୍ଚନାଙ୍କ ଦାଦା ଓ ଭାଙ୍କଙ୍କୁ ଦୋଷ ଦେଇଥିଲେ। ଅର୍ଚ୍ଚନାଙ୍କର ଅନ୍ୟ କାହା ସହ ଆଫେଆର୍ ଥିବାର ସନ୍ଦେହ କରୁଥିଲେ ସୁନୀଲ। ଅର୍ଚ୍ଚନା ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଝିଅକୁ ଆଇସକ୍ରିମ୍ ଖୁଆଇବା ପରେ ସୁନୀଲ ଝିଅ ସମ୍ମୁଖରେ ଆତ୍ମହତ୍ୟା କରିଥିଲେ।
ସ୍ତ୍ରୀଙ୍କର ତଣ୍ଟି ଚିପି ହତ୍ୟା କରିବାପରେ ଅଟୋ ଡ୍ରାଇଭର ଝିଅକୁ ଆଇସକ୍ରିମ୍ ଖୁଆଇଲେ, ତାପରେ କଲେ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/01/auto-sunil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)