କେବଳ ଟଙ୍କାଏ ପାଇଁ ଜୀବନ ଗଲା

ଥାନେ : ଅଣ୍ଡା କିଣିବା ପରେ ଫେରସ୍ତ ଟଙ୍କାରୁ ଏକ ଟଙ୍କା କମ ହେବାରୁ ଜଣେ ବ୍ୟକ୍ତିଙ୍କୁ ମୃୃତ୍ୟର ସମ୍ମୁଖୀନ ହେବାକୁ ପଡ଼ିଛି । ମୃତ ବ୍ୟକ୍ତିଜଣଙ୍କ ମହାରାଷ୍ଟ୍ରର କଲ୍ୟାଣରେ ରହୁଥିବା ଜଣାପଡ଼ିଛି। ଗତ ଶୁକ୍ରବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଘର ପାଖ ରାମ୍‌ବାଗ୍‌ରେ ଥିବା ଏକ ଦୋକାନକୁ ଅଣ୍ଡା କିଣିବାକୁ ଯାଇଥିଲେ ୫୪ ବର୍ଷିୟ ମନୋହର ଗାମ୍‌ନେ। ଅଣ୍ଡା କିଣିବା ପରେ ମନୋହରଙ୍କୁ ଦେକାନୀ ଫେରସ୍ତ ଦେଇଥିବା ଟଙ୍କାରୁ ଟଙ୍କାଟେ କମ ହୋଇଥିଲା। ଫଳରେ ଦୋକାନୀ ଏବଂ ତାଙ୍କ ମଧ୍ୟରେ ଜୋର୍‌ରେ ଝଗଡ଼ା ହୋଇଥିଲା ।

Belleville News-Democrat

ଏହାପରେ ଦୋକାନୀ ଜଣକ ମନୋହରଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ । ମନୋହର ଘରକୁ ଫେରି ତାଙ୍କ ପୁଅକୁ ସବୁ ଘଟଣା ବିଷୟରେ ଜଣାଇଥିଲେ । ବାପାଙ୍କୁ ଏପରି ଅପମାନ ହୋଇଥିବା ଜାଣିବା ପରେ ମନୋହରଙ୍କୁ ନେଇ ତାଙ୍କ ପୁଅ ଦୋକାନୀଙ୍କ ଘରେ ପହଞ୍ଚିଥିଲେ । ଏପରି କ’ଣ ପାଇଁ କଲେ ବୋଲି ପଚରାଯିବାରୁ ପୁଣି ଥରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏଥିରେ ରାଗି ଯାଇ ଦୋକାନୀଙ୍କ ପୁଅ ସୁଧାକର ପ୍ରଭୁ ମନୋହରଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ସେ ମୁଥା ପରେ ମୁଥା ଏବଂ ଗୋଇଠା ମାରି ଚାଲିଲେ ମନୋହରଙ୍କୁ। ଫଳରେ ଘଟଣାସ୍ଥଳରେ ମନୋହରଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଥାନେ ପୁଲିସକୁ ସୂଚନା ଦିଆଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର