ମା’କୁ ବଞ୍ଚାଇବା ସହ ମଦୁଆ ବାପାର ହତ୍ୟା ଉଦ୍ୟମକୁ ପଣ୍ଡ କଲା ପୁଅ

ଥାଣେ : ମହାରାଷ୍ଟ୍ରର ଥାଣେ ସହରରେ ଜଣେ ପୁଅ ନିଜ ବାପାକୁ ଜେଲ୍‌ ପହଞ୍ଚାଇଛି । ପ୍ରତିଦିନ ନିଜ ମା’ ପ୍ରତି ହେଉଥିବା ଅତ୍ୟାଚାରକୁ ସହି ସହି ଶେଷରେ ବଡ଼ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା ପୁଅ । ନିଜ ଆଖି ଆଗରେ ମା’ର ହତ୍ୟା ହେବାକୁ ଯାଉଥିବା ଦେଖି ସେ ଶେଷରେ ନିଜର ମୁହଁ ଖୋଲିଥିଲା । ସ୍ଥାନୀୟ ପୁଲିସକୁ ନିଜ ବାପାର ବ୍ୟବହାର ବିଷୟରେ ଜଣାଇବା ସହ ଗିରଫ କରାଇଥିଲା । ଏବେ ନାବାଳକର ସାହାସକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି ।

Related image
herald.ng

ସୂଚନା ମୁତାବକ, ବଲ୍‌କମରେ ରହୁଥିବା ପ୍ରମୋଦ ନିଜ ପତ୍ନୀ ବୈଜୟନ୍ତିଙ୍କୁ ସବୁବେଳେ ମାଡ଼ ମାରୁଥିଲେ । ସବୁଦିନ ମଦ ପିଇ ମାଡ଼ ମାରୁଥିବା ବେଳେ ଶନିବାର ମାଛ କଟା ଛୁରୀରେ ସେ ନିଜ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ଏ ସମୟରେ ତାଙ୍କ ପୁଅ ତାଙ୍କୁ ଅଟକାଇବାରୁ ସେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁହେଁ ଗଭୀର ଭାବେ ଆହତ ହେବା ସହ ଦୁହିଁଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା କରାଇବା ପରେ ପୀଡ଼ିତାଙ୍କ ପୁଅ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ହତ୍ୟା ଉଦ୍ୟମ କରିଥିବାରୁ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର