ଥାଣେ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ନବରାତ୍ରି ସମୟରେ ଆୟୋଜିତ ହୋଇଥିବା ଗରବା ମହୋତ୍ସବର ପରିବେଶକୁ କିଛି ଅଣହିନ୍ଦୁ ଲୋକ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତି (ସେପ୍ଟେମ୍ବର ୩୦)ରେ ମୀରା ରୋଡସ୍ଥିତ କାଶିଗାଓଁ ଅଞ୍ଚଳରେ ଲୋକପ୍ରିୟ ଜେପି ନର୍ଥ ଗାର୍ଡେନ୍ ସିଟି ସୋସାଇଟିରେ ଏକ ସାର୍ବଜନୀନ ଗରବା ମହୋତ୍ସବର ଆୟୋଜନ କରାଯାଇଥିଲା। ଧୁମଧାମରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଅଣ୍ଡା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାପରେ ଘଟଣାସ୍ଥଳରେ ଥିବା ବାସିନ୍ଦାଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅଭିଯୋଗ ହୋଇଛି ଯେ ଏଷ୍ଟେଲା ବିଲ୍ଡିଂର ବାସିନ୍ଦା ମୋହସିନ୍ ଖାନ ପ୍ରଥମେ ଡେସିବେଲ୍ ସ୍ତର ଯାଞ୍ଚ କରିବା ବାହାନାରେ ଗରବା ସ୍ଥଳରେ ପହଞ୍ଚି ମୋବାଇଲ୍ ଫୋନlj ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ। ଏହାପରେ ସେ ପୁଲିସରେ ଅଭିଯୋଗ କରି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଶେଷରେ ଅଭିଯୁକ୍ତ ଜଣକ ୧୬ ମହଲାରୁ ଅଣ୍ଡା ଫିଙ୍ଗି ପରିବେଶକୁ ବିପର୍ଯ୍ୟସ୍ତ କରିଦେଇଥିଲେ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ମୋହସିନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୋସାଇଟି ପରିସରରେ ଏବଂ ଆଖପାଖରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/d1e46bf7-5b63-4849-ba99-4472fe2d1f88-2025-10-01-17-15-44.jpg)