ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ସହରରୁ  ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ସ‌ାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କର ବର୍ଷକ ଛୁଆକୁ କୋଳରେ ଧରି ଏକ ଉଚ୍ଚକୋଠାରୁ ତଳକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା ବେଳେକୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ,୨୬ବର୍ଷୀୟ ମହିଳା ପ୍ରିୟଙ୍କା ମୋହିତେ ତାଙ୍କ ସ୍ବାମୀ ଓ ବର୍ଷକର ପୁଅ ସହିତ ଘୋଡବନ୍ଦର ରୋଡସ୍ଥିତ ଏକ କଲୋନିରେ ରହୁଥିଲେ।  ଅଗଷ୍ଟ ୩୦ରେ ରାଖି ପୂର୍ଣ୍ଣିମା ଥିବାରୁ  ପ୍ରିୟଙ୍କା ତାଙ୍କ ଭଉଣୀଙ୍କ ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ବାମୀ ଛୁଆକୁ ଧରି ଏତେ ବାଟ ଯିବାକୁ ମନା କରି ଦେଇଥିଲେ। ଏହି ସାମାନ୍ୟ କଥାକୁ ନେଇ ପ୍ରିୟଙ୍କା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।

ଏଥିରେ ପ୍ରିୟଙ୍କା ରାଗି ଯାଇ ପୁଅକୁ ଧରି କହିଥି‌ଲେ,‘ ଏ ବାବା ମୁଁ ତେତେ ଛାଡ଼ି ରହି ପାରିବି ନାହିଁ କି ମରିବି ପାରିବି ନାହିଁ। ତେଣୁ ତୁ ବି ମୋ ସହିତ ଚାଲ।’ ସ୍ବାମୀଙ୍କୁ ଏକଥା କହିବାର କିଛିସମୟ ପରେ ପ୍ରୟଙ୍କ‌ା ତାଙ୍କ ବର୍ଷକର ପୁଅକୁ ‌କୋଳରେ ଧରି ସେ ରହୁଥିବା ଘରର ବାଲକୋନିରୁ ତଳକୁ ଡେଇଁ ପଡ଼ିଥିଲେ। ତଳେ ପଡ଼ିବାରୁ ଘଟଣାସ୍ଥଳରେ ହିଁ ମା’ ଓ ପୁଅର ଜୀବନ ଚାଲି ଯାଇଥିଲା।