ନାବାଳିକାଙ୍କୁ ରକ୍ଷାକଲା ପୋଷା କୁକୁର : ଦୁଷ୍କର୍ମକାରୀର ଗୁପ୍ତାଙ୍ଗକୁ କାମୁଡ଼ିଲା

ସାଲିନକନଟ୍ରି : ପଶୁମାନଙ୍କ ମଧ୍ୟରେ ଅଧିକ ବିଶ୍ୱାସୀ ହେଉଛି କୁକୁର । ଏପରି ମଧ୍ୟ କୁହାଯାଏ ମଣିଷ ଠାରୁ ଲକ୍ଷେ ଗୁଣ ଭଲ କୁକୁର ଉପରେ ବିଶ୍ୱାସ କରିବା । ତେବେ ଏହାର ପ୍ରତ୍ୟକ୍ଷ ଉଦାହରଣ ସାଲିନକନଟ୍ରି ସହରରେ ଦେଖିବାକୁ ମିଳିଛି । ୫୨ ବର୍ଷିୟ ଅଭିଯୁକ୍ତ ରାଣ୍ଡେଲ ଜେମ୍ସ ଘରେ କିଏ ନଥିବା ଦେଖି ଦୁଇ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବା ଅଭିପ୍ରାୟରେ ଜଣଙ୍କ ଘରକୁ ପ୍ରବେଶ କରିଥିଲେ । କିନ୍ତୁ ସେହି ଘରେ ଥିବା ପିଟବୁଲ ପ୍ରଜାତିର ପୋଷା କୁକୁର ଅଭିଯୁକ୍ତଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଥିଲା । ଯାହା ଫଳରେ ଅଭିଯୁକ୍ତର ଘଟଣାସ୍ଥଳରେ ହିଁ ଗୁରୁତର ଆହତ ହୋଇ ପଡ଼ିଗଲା ।

PUNJAB KESARI

ନାବାଳିକାଙ୍କର ମାତାପିତା ଘରେ ପହଞ୍ଚିବା ସମୟରେ ଅଭିଯୁକ୍ତ ଜଣକ ଶୋଚନୀୟ ଅବସ୍ଥାରେ ଥିଲା । କୁକରଟି ଅଭିଯୁକ୍ତକୁ ଏତେ ଜୋରରେ କାମୁଡ଼ିଥିଲା ଯେ ସେ କୁଆଡ଼େ ଯାଇ ନ ପାରି ଘଟଣାସ୍ଥଳରେ ହିଁ ପଡ଼ିରହିଥିଲା । ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କର ଅବସ୍ଥା ବହୁତ ଖରାପ ବୋଲି କହିଥିଲେ । ଡ଼ାକ୍ତରଖାନାରେ ପହଞ୍ଚିବା ବେଳେ ଅଭିଯୁକ୍ତଙ୍କ ଶରୀରରୁ ବହୁତ ମାତ୍ରାରେ ରକ୍ତ ବୋହିଯାଇଥିଲା । ତେବେ ନାବାଳିକାଙ୍କ ପରିବାର କୁକୁରକୁ ତାଙ୍କର ହିରୋ କହିବା ସହ ତାଙ୍କ ଝିଅର ଉଜ୍ଜତ ବଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର