ଥିରୁଅନନ୍ତପୁରମ୍: ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ପାରାସାଲା ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୫ ଅଭିଯୁକ୍ତ ହେଉଛନ୍ତି ୨୭ ବର୍ଷିଅ ରୋବର୍ଟ, ୨୫ ବର୍ଷିଅ ରଜେଶ, ୨୨ ବର୍ଷିଅ ଆଲେକ୍ସ ଏବଂ ୨୩ ବର୍ଷିଅ ଜିଜିନି। ୧୬ ବର୍ଷୀୟା ଏହି ଏକାଦଶ ଶ୍ରେଣୀର ଛାତ୍ରୀ ଜଣଙ୍କୁ ଦୀର୍ଘ ୬ ମାସ ହେବ ତାଙ୍କ ମାଆ ଦେହଜୀବୀ ବନାଇବାକୁ ଚାପ ପକାଇ ଆସୁଛନ୍ତି। ଅଭିଯୁକ୍ତା ମାଆ ତାଙ୍କ ଘରେ କିମ୍ବା ଅନ୍ୟ ସ୍ଥାନରେ ଏହି କାର୍ଯ୍ୟ କରାଉଥିଲେ ବୋଲି ଜାଣିବାକୁ ମିଳିଛି।
ଏମାନଙ୍କୁ ଧରିବା ପାଇଁ ଯେଉଁ ପୁଲିସ୍ ଦଳ ଗଠନ କରଯାଇଥିଲା ସେମାନଙ୍କ ମଧ୍ୟରେ ଥିଲେ ହରି କୁମାର, ସର୍କଲ ଇନ୍ସ୍ପେକ୍ଟର ଜି ବିନୁ, ସବ୍ ଇନ୍ସ୍ପେକ୍ଟର ଭିନେଶ ଭିଏସ୍, ସିଭିଲ୍ ପୁଲିସ୍ ଅଫିସରଥ ସାଝି କୁମାର, ଆନେସ, ପ୍ରମୋଦ କୁମାର ଏବଂ ମହିଳା ପୁଲିସ୍ ଅଧିକାରୀ ଜେଜା ଓ ନିର୍ମଳା।
ଏକ ଅପରାଧିକ ମାମଲାରେ ଚାରି ମାସ ପୂର୍ବରୁ ଏହି ନାବାଳିକାର ବାପାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେ ଏବେ ପୁଲିସ୍ ହେପାଜତରେ ଅଛନ୍ତି।
ଜାଣିବାକୁ ମିଳିଛି ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୀଡ଼ିତା ନାବାଳିକାଙ୍କୁ ସମୟେ ସମୟେ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ତାଙ୍କ ସହ ଗଣସଂପର୍କ ମଧ୍ୟ ରଖୁଥିଲେ। ନିଜର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପୀଡ଼ିତାଙ୍କ ମାଆ ତାଙ୍କୁ ଏପରି କରିବାକୁ ବାଧ୍ୟ କରୁଥିଲେ ବୋଲି ସୂଚନା ରହିଛି।