ଭୁବନେଶ୍ବର: ମହିଳାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଉଥିବା ବେଳେ ଚୋରକୁ କାବୁ କଲେ ଉପସ୍ଥିତ ଲୋକେ। ରାଜଧାନୀର ନାଲକୋ ଟ୍ରାଫିକ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ନାଲକୋ ଟ୍ରାଫିକ ଛକ ପାଖ ଏକ ଔଷଧ ଦୋକାନରେ ଜଣେ ମହିଳା ଔଷଧ କିଣୁଥିଲେ। ସେହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ଚେନ ଛିଣ୍ଡାଇ ଦୌଡ଼ି ପଳାଉଥିଲା।
ମହିଳା ଜଣକ ଚୋର ଚୋର ଚିତ୍କାର କରି ଲୁଟେରା ପଛରେ ଗୋଡ଼ାଇବାରୁ ଉପସ୍ଥିତ ଲୋକେ ଚୋରକୁ ଧରି ନିସ୍ତୁକ ମାଡ଼ ମାରି ଏକ ଗଛରେ ବାନ୍ଧି ପକାଇଥିଲେ। ଏହାପରେ ମହିଳା ଜଣକ ପୁଲିସକୁ ଖବର ଦେଇଥିଲେ। ତେବେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ମହିଳା ଜଣକ କହିଥିଲେ, ଘରେ କରୋନା ଆକ୍ରାନ୍ତ ଥିବାରୁ ଔଷଧ କିଣିବାକୁ ଆସିଥିଲେ। ଏହା ଶୁଣିବା ପରେ ଚୋର ଓ ଚୋରକୁ ଧରିଥିବା ଲୋକଙ୍କୁ ସଂକ୍ରମଣ ଭୟ ଘାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Thief-Beaten_Thumbnail.jpg)