ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲର ମୁଲତାଇ ଥାନା ଅଞ୍ଚଳସ୍ଥ ପ୍ରଭାତ ପଟ୍ଟନରେ ୧୧ଟି ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବାର ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ଚୋରି ଘଟଣାରେ ଚୋରମାନଙ୍କୁ ଭିନ୍ନଭିନ୍ନ ଶୈଳୀରେ ଚୋରି କରୁଥିବା ଦେଖିବାକୁ ମିଳୁଛି।
ଦୋକାନ ଚୋରିର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ମଧ୍ୟରୁ ଶୁଭମ କୃଷି କେନ୍ଦ୍ରର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଜଣେ ଚୋର ଚୋରି କରିବା ପାଇଁ ଦୋକାନର ତାଲା ଭାଙ୍ଗି ସଟର ଉଠାଇ ଭିତରେ ପଶୁଛି। ଯେମିତି ସେ ଚୋରି କରିବା ଆରମ୍ଭ କରୁଛି ଦୋକାନ କାନ୍ଥରେ ଲାଗିଥିବା ଭଗବାନଙ୍କ ଫଟୋ ଖସି ପଡ଼ୁଛି। ଏହାକୁ ଦେଖି ଚୋର ସାମାନ୍ୟ ଭୟଭୀତ ହୋଇଯାଉଛି। ଏହାପରେ ଭଗବାନଙ୍କ ଫଟୋକୁ ପ୍ରଣାମ କରି କ୍ଷମା ମାଗିବା ସହିତ ପୁଣି ଉକ୍ତ ସ୍ଥାନରେ ରଖି ଦେଉଛି। ଏହାପରେ ଚୋରି କରି ଘଟଣାସ୍ଥଳରୁ ଚମ୍ପଟ ମାରୁଛି। ଏସବୁ ଦୃଶ୍ୟ ଶୁଭମ କୃଷି କେନ୍ଦ୍ରରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/09/E0ojg5wKLqCF5spBPiV2.jpg)