ପଡ଼ୋଶୀ ଯୁବକଙ୍କ ନିର୍ଯାତନା ସହି ନ ପାରି ଅତ୍ମହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀ ଭକ୍ତଓ୍ଵାରପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପଡ଼ୋଶୀ ଯୁବକଙ୍କ ନିର୍ଯାତନାକୁ ସହ୍ୟ ନ କରିପାରି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ନିଜକୁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ସହ ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ଏକ ପତ୍ରରେ ଲେଖିଛନ୍ତି । ପତ୍ରରେ ସେ ତାଙ୍କର ଏଭଳି ନିର୍ଣ୍ଣୟର କାରଣ ଜଣାଇବା ସହ ତାଙ୍କ ପିତାମାତାଙ୍କୁ କ୍ଷମା ମାଗିଛନ୍ତି ।
ଘଟଣା ମୁତାବକ, ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ଦିଲ୍ଲୀର ଛାତ୍ରୀ ଜଣଙ୍କ ତାଙ୍କ ପଡ଼ୋଶୀ ଯୁବକଙ୍କ ଦ୍ୱାରା ବାରମ୍ବାର ଯୌନ ଉଦ୍ଦୀପକ ଟିପ୍ପଣୀ ଦିଆଯିବା ଓ ନିର୍ଯାତନା ସହି ନ ପାରି ଘର ଫ୍ୟାନରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ଚିଠି ଲେଖି ସେଥିରେ ସମସ୍ତ ଘଟଣା ବିଷୟରେ କହିବା ସହ ତାଙ୍କର ମାତାପିତାଙ୍କୁ କ୍ଷମା ମାଗିଛନ୍ତି । ବହୁ ଦିନ ହେବ ତାଙ୍କ ଘର ପାଖରେ ଥିବା କିଛି ଯୁବକ ତାଙ୍କୁ ଦୈନନ୍ଦିନ ଯିବା ଆସିବା ରାସ୍ତାରେ ହଇରାଣ କରୁଥିଲେ । ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏହାକୁ ସହ୍ୟ ନକରିପାରି ଛାତ୍ରୀ ଜଣଙ୍କ ଅତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

India Today

” ବାପା-ମା’ ମୁଁ ତୁମକୁ ବହୁତ ଭଲ ପାଏ। ମୁଁ କିଛି ଭୁଲ କରିନାହିଁ କିନ୍ତୁ ପଡ଼ୋଶୀ ଯୁବକ ମତେ ମାନସିକ ନିର୍ଯାତନା ଦେଉଥିଲେ । ଏବେ ଏହାକୁ ମୁଁ ଆଉ ସହ୍ୟ କରିପାରୁ ନାହିଁ ଏବଂ ଏପରି ନିର୍ଣ୍ଣୟ ନେବାକୁ ବାଧ୍ୟ ହୋଇଛି ” ବୋଲି ଛାତ୍ରୀ ନିଜର ଆତ୍ମହତ୍ୟା ଚିଠିରେ ଲେଖିଛନ୍ତି । ଘଟଣା ବିଷୟରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହେବା ସହ ମାମଲାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର