ରାଓ୍ଵଲପିଣ୍ଡି : ପାକିସ୍ଥାନରେ ଜଣେ ୨୪ ବର୍ଷିୟ ଯୁବକ ୧୭ ଜଣ ମହିଳାଙ୍କୁ ଛୁରା ମାଡ଼ କରିଥିବାରୁ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମହମ୍ମଦ ଅଲ୍ଲୀ ନାମକ ଜଣେ ଯୁବକ ରାଓ୍ଵଲପିଣ୍ଡିରେ କାମ କରୁଥିବା ମହିଳାମାନଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଉପରକୁ ଆକ୍ରମଣ କରୁଥିଲା ।

Advertisment

ରାତିରେ ଘରର ଲାଇନ୍‌ କାଟିବା ସହ ଘରେ ବ୍ୟବହାର କରାଯାଉଥିବା ଛୁରିକୁ ମହିଳାମାନଙ୍କୁ ଆକ୍ରମଣ କରିବାରେ ବ୍ୟବହାର କରୁଥିଲା ମହମ୍ମଦ । ୧୭ ଜଣଙ୍କ ମଧ୍ୟରୁ ମିଲିଟାରି ଫାଉଣ୍ଡେସନ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଅନମ ନାଜ୍‌(୨୬)ଙ୍କୁ ୨୦୧୬ରେ ହସ୍ପିଟାଲ ଯାଉଥିବା ରାସ୍ତାରେ ଛୁରା ମାଡ଼ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୁଲିସ ହାତରେ ଧରା ପଡ଼ିବା ପରେ ମୁଁ ମହିଳାମାନଙ୍କୁ ଘୃଣା କରେ ସେଥିପାଇଁ ଏପରି କରୁଥିଲି ଏବଂ ଏପରି କରି ମୋତେ ବହୁତ ଖୁସି ମିଳେ । ମୁଁ ଏକ କାନାଡ଼ିଆନ ଫିଲ୍ମରୁ ଅନୁପ୍ରାଣିତ ହୋଇ ଏପରି କରିଛି ବୋଲି ଅଲ୍ଲୀ ପୁଲିସ ଆଗରେ ସ୍ୱୀକାର କରିଥିଲା ।

ମହମ୍ମଦଙ୍କ ଏପରି କାମ ପାଇଁ ରାଓ୍ଵଲପଣ୍ଡି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆତଙ୍କବାଦୀ ବିରୋଧୀ ପୁଲିସ ମହମ୍ମଦଙ୍କୁ ଅଗଷ୍ଟ ୨୦୧୬ରେ ଗିରଫ କରିଥିଲା । ପରେ ଏହି ଘଟଣା ଉପରେ ଅଧିକ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ଅତିରିକ୍ତ ଜିଲ୍ଲା ଜଜ୍‌ ରାଜା କମର ସୁଲତାନ ଅଲ୍ଲୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।