ଲକ୍ଷ୍ନୌ: ଦିନକୁ ଦିନ ମାନବିକତା କମିବାରେ ଲାଗିଛି। ଜଣେ ଲୋକକୁ ଛୁରୀ ଭୁସିି ହତ୍ୟା କରିବା ପରେ ଦୃର୍ବୃତ୍ତମାନେ ହସି ହସି ତାଳି ମାରି ଆନନ୍ଦିତ ହେଉଥିବାର ନିଷ୍ଠୁର ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ସ୍ଥାନୀୟ ଗୋମତି ନଗର ଅଞ୍ଚଳର ଜଣେ ୨୩ ବର୍ଷିଅ ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା ଘଟଣାର ସିସିଟିଭି ଫୁଟେଜ୍ ମିଳିବା ପରେ ହତ୍ୟା ସମୟର ଦୃଶ୍ୟ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ପୁଲିସ୍ ଜଣେ ପୂର୍ବତନ ବିଧାୟକଙ୍କ ପୁଅକୁ ଗିରଫ କରିଛି।
ଲକ୍ଷ୍ନୌରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର ଅଭିଯୁକ୍ତ ଅମନ ବାହାଦୁର୍ଙ୍କୁ ଶୁକ୍ରବାର ସକାଳୁ ଗିରଫ କରାଯାଇଛି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅମନ ବାହାଦୁର୍ଙ୍କ ବାପା ସମଶେର ବାହାଦୂର ବହୁଜନ ସମାଜ ପାର୍ଟିର ଜଣେ ପୂୂର୍ବତନ ବିଧାୟକ।
ଗୁରୁବାର ଇଞ୍ଜିନିୟରିଂ ଛାତ୍ର ପ୍ରଶାନ୍ତ ସିଂହ ଅଳକାନନ୍ଦା ଆପାର୍ଟମେଣ୍ଟ୍ରେ ଛୁରୀ ଭୁସି ହତ୍ୟା କରାଯାଇଛି। ଏହି ଘଟଣା ଗୋମତି ନଗରର ସିକ୍ୟୁରିଟି କ୍ୟାମେରାରେ କଏଦ ହୋଇଛି।
/sambad/media/post_attachments/wp-content/uploads/2020/02/WhatsApp_Image_2020-02-21_at_3-x719.jpeg)
ପ୍ରଶାନ୍ତ ତାଙ୍କ ଜଣେ ବନ୍ଧୁଙ୍କୁ ଭେଟିବାକୁ ଅଳକାନନ୍ଦା ଆପାର୍ଟମେଣ୍ଟ୍ ଗେଟ୍ ବାହାରକୁ ଆସିଥିବା ବେଳେ ପୂର୍ବରୁ ବାଇକ୍ରେ ଆସି ଅପେକ୍ଷା କରି ରହିଥିବା କିଛି ଦୁର୍ବୃତ୍ତ ତାଙ୍କୁ ଛୁରୀରେ ବାରମ୍ବାର ଭୁସି ହତ୍ୟା କରିଥିବା କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ପ୍ରଶାନ୍ତ ଆକ୍ରମଣର ଶିକାର ହେବା ପରେ ଦୌଡ଼ିବାକୁ ଲାଗିଥିଲେ। ମାତ୍ର ଅତିରିକ୍ତ ରକ୍ତସ୍ରାବ ହେବାରୁ କିଛି ବାଟ ଯିବା ପରେ ପଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିଲା।
ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ମାରିବାକୁ ଆସିଥିବା ଦୁର୍ବୃତ୍ତମାନେ ତାଳି ମାରିବା ସହ ଖୁସି ମନାଉଛନ୍ତି। ପୁଲିସ୍ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ପରେ ତଦନ୍ତ ଆରମ୍ଭ କରିଛି।