ଦୋକାନ ଭାଙ୍ଗି ଚୋରି, ଚୋର ଗିରଫ

ଭୁବନେଶ୍ୱର: ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ  ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ତା’ ନାଁ ଯୋଗେଶ ରସାଇଲ (୨୦)। ଘର କଳ୍ପନା ଛକ ନିକଟରେ। ମିଳିଥିବା ସୂଚନାନୁଯାୟୀ, କଳ୍ପନା ଛକ ନିକଟରେ ଅକ୍ଷୟ ନନ୍ଦଙ୍କ ପାନ ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ତାଙ୍କ ଗୌତମ ନଗରସ୍ଥିତ ଘରକୁ ଯାଇଥିଲେ। ତେବେ ଏହି ସୁଯୋଗରେ ସେହି ଅଞ୍ଚଳରେ ରହୁଥିବା ଯୋଗେଶ ତାଙ୍କ ଦୋକାନ ଭାଙ୍ଗି ପ୍ରାୟ ୧୦ ହଜାର ଟଙ୍କାର ଜିନିଷ ଚୋରି କରିଥିଲା। ସେ ଫେରାର୍‌ ହେବାକୁ ବସିଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା। ପୁଲିସ ତାକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ସବୁ ସତ କଥା ମାନିଯାଇଥିଲା। ପୁଲିସ ତା’ ନିକଟରୁ ଚୋରି ହୋଇଥିବା ପ୍ରାୟ ୧୦ ହଜାର ଟଙ୍କାର ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର