ଭୁବନେଶ୍ବର: ସହିଦନଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିବା ସହ ଗୋଟିଏ ଲାପ୍ଟପ୍ ଜବତ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ନୟା ନାଏକ(୨୧)। ଏଠାରେ ଆଚାର୍ଯ୍ୟବିହାର ସ୍ଥିତ ସାଇନ୍ସପାର୍କ ବସ୍ତିରେ ରୁହେ। ପୁଲିସ ସୂଚନା ମୁତାବକ, ଗତ ୨୨ତାରିଖ ଅପରାହ୍ଣ ୨ଟାରେ ନୟା ଆଚାର୍ଯ୍ୟବିହାର ସ୍ଥିତ ସାଇକୃପା ହଷ୍ଟେଲ୍ରେ ଥିବା ଜଳଧର ବେହେରାଙ୍କ ରୁମ୍ରେ ପଶିଯାଇଥିଲା। ସେ ଶୋଇଥିବା ସୁଯୋଗ ପାଇ ତାଙ୍କ ଲାପଟପ୍କୁ ନେଇ ପଳାଇଥିଲା। ସନ୍ଧ୍ୟାରେ ଲାପଟପ୍ ନପାଇବାରୁ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ପୁଲିସ ନୟାକୁ ଚିହ୍ନଟ କରିଥିଲା। ଆଜି ପୁଲିସ ତା’ଘରେ ଚଢ଼ଉ କରି ଲାପଟପ୍ ଜବତ କରିବା ସହ ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ଚୋର ଗିରଫ, ଲାପ୍ଟପ୍ ଜବତ
/sambad/media/post_attachments/wp-content/uploads/2019/04/arrest-1.jpg)