ଚୋର ଗିରଫ, ଅଟୋ ଜବତ

ଭୁବନେଶ୍ବର: ଅଟୋ ‌ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର କୃଷ୍ଣଚନ୍ଦ୍ର ପାଣ୍ଡେ(୩୨)କୁ ଗିରଫ କରିଛି। ଏଠାରେ ସେ ୟୁନିଟ୍-୬ ଅଞ୍ଚଳ‌ରେ ରୁହେ। ପୁଲିସ ସୂଚନା ମୁତାବକ, ୬ମାସ ତଳେ କୃଷ୍ଣ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ଅଜୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଟୋ ‌ଚୋରି କରି ଭୁବନେଶ୍ବର ଚାଲି ଆସିଥିଲା। ଅଟୋଟି ନିୟମିତ ଭାବେ ୟୁନିଟ୍‌-୬ ଅଞ୍ଚଳରେ ଥିବା ଜାଣିବା ପରେ  ଅଜୟ ଓ ତାଙ୍କ ସମ୍ପର୍କୀୟ  କ୍ୟାପିଟାଲ ଥାନାରେ ଏ ସଂପର୍କରେ ଜଣାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର