ଚୋର ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ବର: ମୋବାଇଲ୍‌ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଭଗବାନ ନାୟକ(୨୭)ଙ୍କୁ ଗିରଫ କରିଛି। ଭଗବାନ୍‌ ଏଠାରେ ସାଲିଆ ସାହି ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୦ଟାରେ ଜୟଦେବବିହାର ଅଞ୍ଚଳର ଲକ୍ଷ୍ମୀ ହରିହରଣ ଓ ତାଙ୍କ ପତ୍ନୀ ରୋଷେଇ କରୁଥିଲେ। ଏହି ସମୟରେ ଭଗବାନ ଝରକା କବାଟ ଖୋଲି ୨ଟି ମୋବାଇଲ୍‌ ନେଇ ଯାଇଥିଲା। ରୋଷେଇ ସାରି ରୁମ୍‌କୁ ଆସିବା ବେଳକୁ ମୋବାଇଲ୍‌ ନ ପାଇ ଖୋଜାଖୋଜି କରିଥିଲେ। ଝରକା ଖୋଲାଥିବା ଦେଖି ମୋବାଇଲ୍‌ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଲକ୍ଷ୍ମୀ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର