ଚୋର ଗିରଫ, ଟଙ୍କା ଜବତ

ଭୁବନେଶ୍ୱର: ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ତା ନାଁ କାହ୍ନା ସିଂ(୨୩)। ଘର ପଥରବନ୍ଧ ବସ୍ତିରେ। ତା ନିକଟରୁ ପୁଲିସ ଚୋରି ହୋଇଥିବା ୧୨୦୦ ଟଙ୍କା ଜବତ କରିଛି। ମିଳିଥିବା ସୂଚନାନୁଯାୟୀ ବୁଧବାର ବିଳମ୍ବିତ ରାତିରେ ପଥରବନ୍ଧ ଅଞ୍ଚଳର ମିନତି ମହାପାତ୍ର ନାମକ ଜଣେ ମହିଳାଙ୍କ ଦୋକାନରୁ ଟଙ୍କା ଚୋରି ହୋଇଥିଲା। ଏନେଇ ମହିଳା ଜଣକ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସନ୍ଦେହରେ କାହ୍ନାକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲା ଏବଂ ଚୋରି ହୋଇଥିବା ଟଙ୍କା ବିଷୟରେ ସୂଚନା ଦେଇଥିଲା।

ସମ୍ବନ୍ଧିତ ଖବର