ଚୋର ଗିରଫ, ଟଙ୍କା ଜବତ

ଭୁବନେଶ୍ବର: ଘରେ ପଶି ‌ଚୋରି କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପଳାସୁଣୀ ତାରିଣୀ ମନ୍ଦିର ବସ୍ତି ଅଞ୍ଚଳର ସୁଦର୍ଶନ ମହାରଣା(୨୫)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଗତ ୧୩ ତାରିଖ ରାତିରେ ସୁଦର୍ଶନ ସାଲିଆସାହି ଅଞ୍ଚଳର ସଂଗ୍ରାମ ମୁର୍ମୁ ନାମକ ଜଣେ ବ୍ୟକ୍ତି ଘର ପଶି ସାଢ଼େ ୫ ହଜାର ଟଙ୍କା ଓ ବିଭିନ୍ନ ଦରକାରୀ କାଗଜପତ୍ର ନେଇଯାଇଥିଲା। ପରଦିନ ସକାଳୁ ସଂଗ୍ରାମ ଟଙ୍କା ଖୋଜିବା ବେଳକୁ ବ୍ୟାଗ୍‌ରେ ଟଙ୍କା ନଥିବା ଦେଖିଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାର ରଖିଥିଲା।

ସମ୍ବନ୍ଧିତ ଖବର