ଚୋରା ମଦ ବ୍ୟବସାୟୀ ଗିରଫ, ସ୍କୁଟର ଜବତ

ବାଲିଅନ୍ତା: ପାହାଳ ଫାଣ୍ଡି ପୁଲିସ ଆଜି ଚୋରାମଦ କାରବାର ମାମଲାରେ ବିଜ୍ଞାନ ଜେନା (୨୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନିକଟରୁ ୯୭ ବୋତଲ ବିଦେଶୀ ମଦ ଜବତ କରିବା ସହ ଏକ ସ୍କୁଟର ଜବତ କରିଛି। କୋର୍ଟରେ ବିଜ୍ଞାନର ଜାମିନ୍‌ ଆବେଦନ ନାମଞ୍ଜୁର ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ମୁତାବକ, ଗୋବିନ୍ଦପୁର ଥାନା ଅଧୀନ ନୂଆଗାଁର ବିଜ୍ଞାନ ଘରେ ଦୀର୍ଘ ଦିନ ଧରି ଚୋରାମଦ କାରବାର ଚଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ସଂଧ୍ୟା ପ୍ରାୟ ୫ଟାରେ ସେ ସ୍କୁଟରରେ ମଦ ନେଇ ଯାଉଥିବା ବେଳେ ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ନଖରାଗଡ଼ା ରାସ୍ତାରେ ଚଢ଼ଉ କରି ଯାଞ୍ଚ କରିବାରୁ ଗାଡ଼ି ଡିକିରୁ ମଦ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର