ପାଟ୍ରୋଲିଂ ବେଳେ ଧରାପଡ଼ିଲା ଚୋର

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଜଣେ ଚୋରକୁ ଗିରଫ କରିଛି। ତା ନାଁ ସେ ତାର ନା ସେକ୍‌ ନିଆଁମାତୁଲା। ଘର ଖାରବେଳନଗର ପ୍ରେସ କଲୋନି ବସ୍ତିରେ। ଆଜି ତାକୁ କୋର୍ଟ ଚାଲାଣ କରିଛି ପୁଲିସ।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପୁଲିସ ପଳାସୁଣୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରସୁଲଗଡ଼ ପଟୁ ଏକ ମାଲ ବୋଝେଇ ଅଟୋ ଆସିଥିଲା। ସନ୍ଦେହରେ ପୁଲିସ ଅଟୋକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖି ଅଟୋରେ ଥିବା ୩ ଜଣ ଯୁବକ ଅଟୋକୁ ଦ୍ରୁତ ଗତିରେ ଚଲାଇ ନୂଆ ପୁରୀ ବାଇପାସ୍‌ ଆଡ଼େ ଚାଲିଯାଇଥିଲେ। ପୁଲିସ ପିଛା କରି ଅଟୋକୁ ପୁରୀ ବାଇପାସ୍‌ ରୋଡ଼ରେ କାବୁ କରିଥିଲା। ପୁଲିସକୁ ଦେଖି ଅଟୋରେ ଥିବା ୨ ଜଣ ଯୁବକ ଦୌଡ଼ି ପଳାଇଥିଲେ। ପୁଲିସ ଅଟୋ ସମେତ ଜଣକୁ ଗିରଫ ମଞ୍ଚେଶ୍ୱର ଥାନାକୁ ଆଣିଥିଲା। ପୁଲିସ ପଚରାଉଚୁରା କରିବାରୁ ସେ ମଞ୍ଚେଶ୍ୱରର ଏକ କମ୍ପାନିରୁ କମ୍ପ୍ୟୁଟର ସାମଗ୍ରୀ ଚୋରି କରି ଆଣିଥିବା ମାନିଯାଇଥିଲା। ଆଜି ପୁଲିସ ତା ନାଁରେ ଏକ ମାମଲା ରୁଜୁ କରି ନିଆଁମାତୁଲାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର